କେନାଲରେ ଭାସିଯାଇ ୩ ନିଖୋଜ

ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ଜଣ….

କଟକ: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ଜଣ ନିଖୋଜ ​‌ହୋଇଛନ୍ତି । ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ବେଳେ ସମସ୍ତେ ଭାସିଯାଇଥିବା ସୂଚନା ମିଳିଛି । ନିଖୋଜ ମାନଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଘଟଣାସ୍ଥଳରେ ପୁଲିସ ମଧ୍ୟ ପହଞ୍ଚିଛି ।

ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପ୍ରଥମେ ପାଣିରେ ଖସିପଡ଼ିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ଜଣ ପାଣିରେ ଭାସିଯାଇଥିଲେ । ହେଲେ ସେହି ସମୟରେ ଘଟଣାସ୍ଥଳରୁ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଅନ୍ୟ ୩ଜଣଙ୍କ ପତ୍ତା ମିଳିନଥିଲା । ଯାହା ଫଳରେ ଏବେ ଯାଏଁ ୩ଜଣ ନିଖୋଜ ରହିଛନ୍ତି ।