ଗୁଡି ସୂତାରେ ବେକ କଟି ଯୁବକ ମୃତ୍ୟୁ

କଟକ : ଗୁଡି ସୂତାରେ ବେକ କଟି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା କଟକ ଜଗତପୁର ପୀରବଜାର ନିକଟରେ ଘଟିଛି । ସୂଚନାଯୋଗ୍ୟ ଯେ ଗୁଡି ଉଡା ପାଇଁ ବ୍ୟବହୃତ ମାଞ୍ଜା ସୂତା ଲାଗି ଜଣେ ଯୁବକର ବେକ କଟି ଘଟଣାସ୍ଥଳରେ ଚାଲିଗଲା ଜୀବନ । ମୃତ ଯୁବକ ହେଲେ ଜୟନ୍ତ ସାମଲ ।

ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ କଟକକୁ ମାର୍କେଟିଂ ପାଉଁ ଯାଉଥିଲେ । ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ମାଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।