ମହାନଦୀରେ ବୁଡିଗଲେ ୪ ଛାତ୍ର

 କଟକ: କଟକର ଭଦିମୂଳ ଘାଟରେ ମହାନଦୀରେ ୪ ଜଣ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇସାରିଛି । ଅନ୍ୟ ଜଣଙ୍କୁ ଏବେ ମଧ୍ୟ ଖୋଜା ଚାଲିଛି । ଏହି ସମସ୍ତ ଚାରିଜଣ ଛାତ୍ର ପୋତାପୋଖରୀ ଅଞ୍ଚଳର ବୋଲି ଜଣାଯାଇଛି । ଗତକାଲି ଚାରିଜଣ ସାଙ୍ଗ ମହାନଦୀର ଭଦିମୂଳ ଘାଟକୁ ଯାଇଥିଲେ । ସେମାନେ ସେଠାରେ ବୁଡିଯିବା ଘଟଣା ଜଣାପଡିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଓ ଓଡ୍ରାଫ ବାହିନୀ ବହୁ ଖୋଜାଖୋଜି କରିବା ପରେ ଗୁରୁବାର ରାତିରେ କ୍ଷେତ୍ରବାସୀ ବେହେରା ନାମକ ଛାତ୍ରଙ୍କର ମୃତଦେହକୁ ମହାନଦୀରୁ ଉଦ୍ଧାର କରିଥିଲେ । ହେଲେ ଅନ୍ୟମାନଙ୍କର ସନ୍ଧାନ ମିଳିନଥିଲା । ମହାନଦୀରେ ଖୋଜିବା କାର୍ଯ୍ୟ ଜାରି ରହିଥିବାବେଳେ ଶୁକ୍ରବାର ଆଉ ଦୁଇ ଛାତ୍ର ଚନ୍ଦନ ବେହେରା ଏବଂ ଆକାଶ ବାହାଳିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି ।