#LabourDay ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡୁମ୍ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍ଘାଟନ କରିବା ସହ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍’ର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଛନ୍ତି।
ଶ୍ରମିକଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ ସରକାରୀ ସେବା। ନିର୍ମାଣ ଶ୍ରମିକଙ୍କ ସୁବିଧା ଲାଗି ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha। ଏହା ଦ୍ୱାରା ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସୁବିଧା ହସ୍ତଗତ ନିମିତ୍ତ କାର୍ଯ୍ୟ ଆହୁରି ସହଜ ହେବ। #ବିକଶିତଓଡ଼ିଶା
ଶ୍ରମଜୀବୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଡ଼ୁମଡ଼ୁମା ଓ କଳ୍ପନା ଛକ ନିକଟରେ ନୂତନ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି। ଡ଼ୁମଡ଼ୁମାରେ ୩୫୦ ଏବଂ କଳ୍ପନା ଛକରେ ୧୫୦ କ୍ଷମତା ବିଶିଷ୍ଟ ପ୍ରତୀକ୍ଷା କେନ୍ଦ୍ର ଦ୍ୱାରା ଶ୍ରମିକମାନେ ବିଶେଷ ଭାବରେ ଉପକୃତ ହେବେ।