ଆଜି ଆଉ ୨୮ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରୁ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

ଗତ ଶନିବାର ୧୪ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହୋଇଥିଲା। ପ୍ରଥମ ଆକ୍ରାନ୍ତ ଡିସେମ୍ବର ୨୧ରେ ଚିହ୍ନଟ ହୋଇଥିବାବେଳେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଥିଲା। ସୂଚନା ମୁତାବକ, ଡିସେମ୍ବର ୨୧ରେ ୨ଜଣ, ୨୩ରେ ୨, ୨୬ରେ ୪, ୨୯ରେ ଜଣେ, ୩୦ରେ ୫, ଜାନୁଆରି ୨ରେ ୨୩, ଜାନୁଆରି ୫ରେ ୨୪, ଜାନୁଆରି ୮ରେ ୧୪ଜଣ ଓ ଜାନୁଆରି ୧୦ରେ ୨୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।