ବସ୍‌ ପୋଡିଦେଲେ ସଶସ୍ତ୍ର ମାଓବାଦୀ

ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓ ହିଂସା ଦେଖିବାକୁ….

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଛନ୍ତି । ଫଳରେ ବସ୍‌ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ ରାସ୍ତାରେ ୪୦ ରୁ ୫୦ ଜଣ ସଶସ୍ତ୍ର ନକ୍ସଲ ରବିବାର ରାତିରେ ଏହି ହିଂସା କାଣ୍ଡ ଘଟାଇଛନ୍ତି । କେଭିଆର ଟ୍ରାଭେଲ୍ସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିଲା । ତେବେ ଗତ କାଲି ନକ୍ସଲ ମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଥିବା ବେଳେ ରାତିରେ ଏହି ବସ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପ୍ରଥମେ ନକ୍ସଲମାନେ ବସଟିକୁ ଅଟକାଇ ଏଥିରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରି ଯିବାକୁ କହିଥିଲେ ।