ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ: ଚାଲିଗଲା ଦୁଇ ଜୀବନ

ମାଲକାନଗିରି: ମାଲକାନଗିରିରେ ଏକ ଅଭାବନୀୟ ଅଘଟଣ ଘଟିଛି । ବରଯାତ୍ରୀଙ୍କ ଉପରକୁ ଚାଉଳ ବୋଝେଇ ଟ୍ରକ ମାଡିଯାଇ ୨ ଜଣ ମୃତ୍ୟୁବରଣ କରିଛନ୍ତି । ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟସ୍ତ ଥିବାବେଳେ ଏହି ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ପାଣ୍ଡ୍ରିପାଣି ମୁଖ୍ୟ ରାସ୍ତାରେ ଏହି ଶୋଭାଯାତ୍ରା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଶୋଭାଯାତ୍ରା ଉପରକୁ ମାଡି ଯାଇଥିଲେ । ଏହି ସମୟରେ ଟ୍ରକ ଚକା ତଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଟ୍ରକ୍‌ ଡ୍ରାଇଭରକୁୁ ଗିରଫ ଓ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।