ବ୍ରେକ୍ ଫେଲ୍ ହୋଇ ଘାଟିରୁ ଓଲଟିଲା ଟ୍ରକ୍

ବାଙ୍ଗିରିପୋସି : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋସି ଠାରେ ଜାତୀୟ ରାଜପଥ ୪୯ ର ଦୁଆରଶୁଣି ଘାଟି ରାସ୍ତାରେ ଏକ ଟ୍ରକର ବ୍ରେକ୍ ଫେଲ୍ ହୋଇଯିବାରୁ ଓଲଟି ପଡିଛି । ଟ୍ରକ୍‌ଟିରେ ନିଆଁ ଲାଗିଯାଇଥିଲ। ସୌଭାଗ୍ୟ ବଶତଃ ସମ୍ପୁର୍ଣ୍ଣ ଟ୍ରକଟିରେ ନିଆଁ ଲାଗିବାପୂର୍ବରୁ ଡ୍ରାଇଭର ଏବଂ ହେଲପର ବାହାରି ଆସିଥିବାରୁ କୌଣସି ପ୍ରକାର କ୍ଷୟକ୍ଷତିରୁ ରକ୍ଷା ପାଇଯାଇଥିଲେ।

ଟ୍ରକର ଡ୍ରାଇଭର କହିଛନ୍ତି ଯେ ଖାଲରେ ରାସ୍ତାରେ ବ୍ରେକ୍ ବିଫଳ ହେବା କାରଣରୁ ଗାଡିଟି ଓଲଟି ପଡିଛି। ଖବର ଅନୁସାରେ ପ୍ଲାଷ୍ଟିକ କଞ୍ଚାମାଲରେ ଭର୍ତ୍ତି ଟ୍ରକଟି ଘାଟ ରାସ୍ତାରେ ଦୁର୍ଘଟଣା ପ୍ରବଣ ଜୋନ୍ ନିକଟରେ ଟ୍ରକ୍‌ଟି ଓଲଟି ପଡିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା।

ବାଙ୍ଗିରିପୋସି ପୋଲିସ ଏବଂ ଅଗ୍ନିଶମ ବାହିନି କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଅଗ୍ନିଶମ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋସି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଘଟଣା ସ୍ଥଳରେ ଟ୍ରକଟି ଜଳି ଯାଇଥିବା ପ୍ଲାଷ୍ଟିକରୁ ନିର୍ଗତ ଘନ ଧୂଆଁରେ ସେହି ଅଞ୍ଚଳ ଧୁଆଁ ମୟ ହୋଇଯାଇଥିଲା, ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡି ଅଟକି ରହିଥିଲା।