ଗିରଫ ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ

ନୟାଗଡ଼: ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି । ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଋଷିନାଥଙ୍କ ୨ କୋଟି ୭୦ ଲକ୍ଷ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ତେବେ ଋଷିନାଥଙ୍କ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଏଥିରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ । ଚଢ଼ାଉ ବେଳେ ଗୋଟିଏ ପ୍ଲଟ, ଗୋଟିଏ ୪ ଚକିଆ ଗାଡ଼ି, ବାଇକ୍ ଓ ନଗତ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିଲା । ଜବତ ଟଙ୍କା ମଧ୍ୟରୁ ୩୫ ହଜାର ପୁରୁଣା ୫୦୦ ଟଙ୍କିଆ ନୋଟ୍ ରହିଥିବା ବେଳେ ବେଡ୍ ତଳୁ ୭୦ଟି ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା ।