ମହାପ୍ରଭୁଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ

ପୁରୀ: ପୁରୀ ଗସ୍ତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । ଏହାସହ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଆଯାଇଥିଲା ।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଢା ପରିକ୍ରମା କରି ମା ବିମଳା, ମା ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ତେବେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ୍‌ ଭାବବିହ୍ୱଳ ହୋଇପଡିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ, ନାଗାର୍ଜୁନ ବେଶର ପଟ୍ଟଚିତ୍ର ଓ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିର ସ୍ମାରକୀ ଉପହାର ଦିଆଯାଇଥିବା ଜଣାପଡିଥିଲା ।