ସୁନ୍ଦରଗଡ଼ରେ ୧୭ରୁ ୧୪ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି ବିଜେଡି

ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଆଜି ଗଣତି ହେଉଥିବା ୧୭ଟି ମଧ୍ୟରୁ ୧୪ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ଥିବା ବେଳେ ଗୋଟିଏରେ ଆଗରେ ରହିଛି ବିଜେପି। ଏଣେ ଜେଏମ୍ଏମ୍ ଓ ସିପିଆଇ (ଏମ୍) ୧ଟି ଲେଖାଏଁ ଆସନରେ ଆଗୁଆ ରହିଛି।

ଯେଉଁ ୧୪ଟି ଜୋନରେ ବିଜେଡି ଆଗୁଆ ରହିଛି, ସେଗୁଡ଼ିକ ହେଲା ସୁନ୍ଦରଗଡ଼ ସଦର, ବାଲିଶଙ୍କରା, ନୂଆଗାଁ, ବିଶ୍ରା, ବଣାଇ, ଲହୁଣୀପଡ଼ା, ବଡ଼ଗାଁ, ହେମଗିର, ସବଡ଼େଗା, ରାଜଗାଙ୍ଗପୁର, କୁତ୍ରା, ଲେଫ୍ରିପଡ଼ା, କୁଆରମୁଣ୍ଡା ଓ ଲାଠିକଟା। ଅପରପକ୍ଷରେ ବିଜେପି ଟାଙ୍ଗରପାଲି ଜୋନରେ ଆଗୁଆ ରହିଛି। ଠିକ୍ ସେହିପରି ସିପିଆଇ (ଏମ୍) କୋଇଡ଼ା ଜୋନରେ ଆଗୁଆ ରହିଛି। ତେବେ ଜେଏମ୍ଏମ୍ ଗୁରୁଣ୍ଡିଆ ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର କୁଆଁରମୁଣ୍ଡା କ ଜିଲ୍ଲା ପରିଷଦ ଜୋନରେ ବିଜେଡିକୁ ୮୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ୫୮୫
ଓ ବିଜେପିକୁ ୨୧୨ଖଣ୍ଡ ଭୋଟ୍ ମିଳିଛି।