ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ

ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଭାଇ ବିହାରୀ ବିଶ୍ଵାଳ ଓ ପୁତ୍ରବଧୂ ଜ୍ୟୋତ୍ସ୍ନା ବିଶ୍ଵାଳ…
ଭୁବନେଶ୍ଵର,(ସାକ୍‌ସୀ ନ୍ୟୁଜ୍‌): ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଭ୍ରାତା ଶ୍ରୀବିହାରୀ ବିଶ୍ଵାଳ ଏବଂ ତାଙ୍କ ପୁତ୍ରବଧୂ ଶ୍ରୀମତୀ ଜ୍ୟୋତ୍ସ୍ନା ବିଶ୍ଵାଳ ନିଜ ସମର୍ଥକଙ୍କ ଗହଣରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବୀରମିତ୍ରପୁର ବିଧାୟକ ଶ୍ରୀଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲା ସଭାପତି ମଙ୍ଗଳ ସାହୁ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଛନ୍ତି ।

ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ପ୍ରତି ସାଧାରଣ ଜନତାଙ୍କ ଆସ୍ଥା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି।ଆଜିର ଏହି ଯୋଗଦାନ ପରେ ବିଜେପିର ସଂଗଠନ ଆହୁରି ସୁଦୃଢ ହୋଇଛି।ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଫଳାଫଳ ନିଶ୍ଚିତ ଭଲ ହେବ ବୋଲି ମିଳିତ ବିବୃତିରେ ବିଧାୟକ ଶ୍ରୀଓରାମ ଏବଂ ଶ୍ରୀତ୍ରିପାଠୀ କହିଛନ୍ତି ।