ବିଜେପିର ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ ଉଦଘାଟିତ

ଭୁବନେଶ୍ଵର,(ସାକ୍‌ସୀ ନ୍ୟୁଜ୍‌): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ୟ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ।ଏହି କଣ୍ଟ୍ରୋଲରୁମ ଏକ ସେତୁ ଭଳି କାମ କରିବ। ଆସନ୍ତା ୨ଦିନ ଭିତରେ ନୋମିନେସନର ପ୍ରକ୍ରିୟା ଆରମ୍ଭ ହେବ ଅଥଚ ରାଜନୈତିକଦଳ କୁ ଭୋଟର ତାଲିକା ଯୋଗାଇ ଦିଆଯାଇ ନାହିଁ।ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ବୋଲି ଘୋଷଣା ହେଉଛି। କିନ୍ତୁ ବ୍ଲକସ୍ତରରେ ବିଭିନ୍ନ ପ୍ରକାର ଅଭିଯୋଗ ବିଜେପିର କାର୍ୟ୍ୟକର୍ତ୍ତାମାନେ କରୁଛନ୍ତି।ତେଣୁ ଏହି କଣ୍ଟ୍ରୋଲରୁମ ରେ ବିଭିନ୍ନ ଜିଲ୍ଲାପରିଷଦ ଜୋନ୍ ଓ ପଞ୍ଚାୟତରୁ ଆସୁଥିବା ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଗୁଡ଼ିକର ସମାଧାନ ରାଜ୍ୟ ନିର୍ବାଚନ କମିଶନ ମାଧ୍ୟମରେ କରାଯିବ।

ଏହି କଣ୍ଟ୍ରୋଲରୁମ ମ୍ମାଧ୍ୟମରେ ୮୫୩ ଜିଲ୍ଲାପରିଷଦ ଜୋନ ଏବଂ ୬୭୯୮ ଗ୍ରାମପଞ୍ଚାୟତର ମନିଟରିଂ କରାଯିବ।ଜିଲ୍ଲାସ୍ତରରେ ପ୍ରାର୍ଥୀତ୍ୱ ନିର୍ଦ୍ଧାରିତ ହୋଇଛି। ଦିନେ ଦୁଇଦିନ ଭିତରେ ପ୍ରକାଶ ପାଇବ ବୋଲି ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀସମୀର ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ରଡ. ଯତୀନ ମହାନ୍ତି, ବିରଞ୍ଚିନାରାୟଣ ତ୍ରିପାଠୀ, ଠାକୁର୍ରଣଜିତ୍ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ଭୂବନାନନ୍ଦ ତ୍ରିପାଠୀ,ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।