ଶାରଦୀୟ ନବରାତ୍ରୀ ୨୦୨୧

ନବରାତ୍ର ଘଟ ସ୍ଥାପନା
ଶାରଦୀୟ ନବରାତ୍ରୀ ଉତ୍ସବର ପ୍ରାରମ୍ଭ କଳଶ ସ୍ଥାପନା ସହ ହୋଇଥାଏ। ଏହାକୁ ଘଟସ୍ଥାପନା ମଧ୍ୟ କୁହାଯାଏ। ଗୁରୁବାର ସକାଳ ୬ଟା ୧୭ ମିନିଟରୁ ୭ଟା ୭ ମିନିଟ ପର୍ଯ୍ୟନ୍ତ ଘଟ ସ୍ଥାପନା ନିମନ୍ତେ ଅତ୍ୟନ୍ତ ଶୁଭ ସମୟ ନିର୍ଦ୍ଧାରିତ ହୋଇଛି। ଏହା ପରେ ସକାଳ ୧୧ଟା ୪୫ରୁ ୧୨ଟା ୩୨ ପର୍ଯ୍ୟନ୍ତ ରହୁଥିବା ଅଭିଜିତ ମୁହୂର୍ତ୍ତରେ ମଧ୍ୟ ଘଟସ୍ଥାପନା କରାଯାଇପାରେ।

ଘଟ ସ୍ଥାପନା ବିଧି

ପୂଜା ସ୍ଥାନରେ ମାଟିରେ ଏକ ଛୋଟିଆ ବେଦୀ ସ୍ଥାପନ କରି ଧାନ, ଗହମ ଆଦି ଶସ୍ୟବୀଜ ରୋପଣ କରିବା ପରେ ସାମର୍ଥ୍ୟ ଅନୁସାରେ ଏହି ମାଟି ଉପରେ ସ୍ଵର୍ଣ, ତାମ୍ର ବା ମାଟିର କଳସ ସ୍ଥାପନ କରିବା ବିଧେୟ । ଏହା ଉପରେ ମାଟିର ମୂର୍ତ୍ତିକୁ ସ୍ଥାପନ କରିବାର ଆବଶ୍ୟକ ।
ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ କରି ମାତୃକା, ଲୋକପାଳ, ନବଗ୍ରହ, ବରୁଣ ଆଦି ଦେବତାଙ୍କୁ ବିଧି ଅନୁସାରେ ପୂଜା କରିବା ଆବଶ୍ୟକ । ଏହା ପରେ ମୁଖ୍ୟ ମୂର୍ତ୍ତିକୁ ଷୋଡଶ ଉପଚାରରେ ପୂଜନ କରଣୀୟ । ମା ଦୁର୍ଗାଦେବୀଙ୍କ ଆରାଧନା ଅନୁଷ୍ଠାନରେ ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀଙ୍କ ପୂଜା କରିବା ବିଧେୟ ।

ନବରାତ୍ର ପୂଜା

ପ୍ରଥମମ୍ ଶୈଳପୁତ୍ରୀଞ୍ଚମ, ଦ୍ବିତୀୟମମ୍ ବ୍ରହ୍ମଚାରିଣୀ, ତୃତୀୟମମ୍ ଚନ୍ଦ୍ରଘଣ୍ଟେତୈ, କୁସ୍ମାଣ୍ତେ ଚତୁର୍ଥଗମ୍, ପଞ୍ଚମମମ୍ ସ୍କନ୍ଦମାତେତି, ଷଷ୍ଟମମ୍ କତ୍ୟାନିତିଚମ୍, ସପ୍ତମମ୍ କାଳରାତ୍ରିତୀ, ମହାଗୌରୀ ଅଷ୍ଟମମ୍, ନବମମ୍ ସିଦ୍ଧିରାତ୍ରୀ ଭାବେ ମା’ଙ୍କର ଆଗମନ ହେବ। ନିଶାର୍ଦ୍ଧରେ ମା’ଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯିବ।
ନିଶାର୍ଦ୍ଧରେ ମା’ଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବିଧି ମଧ୍ୟ ରହିଛି। ମା’ ଶକ୍ତିଙ୍କ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାତ୍ରିରେ ମା’ ଶୈଳପୁତ୍ରୀ ଭାବେ ପୂଜା ପାଇବେ। ଏହି ବ୍ରତ ଧାରଣ କଲେ ପରିବାରର ସୁଖ ଶାନ୍ତି ଓ ସୈାହାର୍ଦ୍ଦ୍ୟ ବୃଦ୍ଧି ପାଇଥାଏ।

ଶାରଦୀୟ ନବରାତ୍ର ପର୍ବ

ସାରା ଦେଶରେ ଧୁମଧାମରେ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପର୍ବ । ମାଙ୍କ ଆଗମନରେ ଧରାଧାମ ଉତ୍ସବ ମୁଖରିତ । ଦେଶରେ ପାଳନ ହେବ ଦଶହରା ପର୍ବ । ଦେବୀଙ୍କ ଏହି ଆଗମନକୁ ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ । ମାଙ୍କ ଆଗମନ ତାଙ୍କ ଭକ୍ତଙ୍କ ଲାଗି କେବଳ ଧାର୍ମିକ ଉତ୍ସାହ ଓ ଆନନ୍ଦ ନୁହେଁ ଭବିଷ୍ୟତରେ ହେବାକୁ ଥିବା ଅନେକ ଘଟଣାର ସଙ୍କେତ ମଧ୍ୟ ଦେଇଥାଏ। ଏଣୁ ମା ଯେଉଁ ବାହନରେ ଆସନ୍ତି ଓ ଯେଉଁ ବାହନରେ ଫେରନ୍ତି ସେଥିରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଦେଶଦୁନିଆ ଓ ଭକ୍ତଙ୍କ ଲାଗି କିପରି ରହେ ତାହାର ପୂର୍ବାନୁମାନ କରାଯାଏ।

ଏଥର ୮ ଦିନିଆ ନବରାତ୍ର

ବିଜୟା ଦଶମୀ ଦଶହରା ପୂର୍ବ ୯ ଦିନକୁ ନବରାତ୍ର ପାଳନ କରାଯାଏ । ଏଥିରେ ଭକ୍ତସମୂହ ଦେବୀଙ୍କ ଭିନ୍ନ ଭିନ୍ନ ୯ଟି ରୂପର ଆରାଧନା କରିଥାନ୍ତି । ଚଳିତବର୍ଷ ନବରାତ୍ର ୭ ଅକ୍ଟୋବର ଗୁରୁବାରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ସରିବ। ତୃତୀୟା ଓ ଚତୁର୍ଥୀ ତିଥି ଗୋଟିଏ ଦିନରେ ପଡୁଥିବାରୁ ନବରାତ୍ର ଗୋଟିଏ ଦିନ କମି ଯାଉଛି । ଅକ୍ଟୋବର ୧୫ ତାରିଖରେ ଦଶହରା ବା ବିଜୟ ଦଶମୀ ପାଳିତ ହେବ।