ଜାଣନ୍ତୁ ଦୀପାବଳୀ ପାଳନର କିଣାକିଣି

ଦୀପାବଳୀ ର ୨ ଦିନ ପୂର୍ବ ରୁ ଧନତେରସ ପଡେ । ଏହିଦିନ ଠାରୁ ଦୀପାବଳୀ ଆରମ୍ଭ ହୋଇଥାଏ । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନନ୍ତରୀ ନିଜ ସହିତ ଅମୃତ କଳସ ନେଇ ଆସିଥିଲେ । ଏଣୁ ମାନ୍ୟତା ରହିଅଛି ଯେ ଧନତେରସ ଦିନ କିଛି ନା କିଛି କିଣାକିଣି କରିଲେ ନିଶ୍ଚିତ ଶୁଭ ହୋଇଥାଏ । ଦୀପାବଳୀ ସମ୍ବନ୍ଧିତ କିଣାକିଣି ଏହି ଶୁଭ ଦିନରେ କରାଯାଇଥାଏ । ତେଣୁ ରାଶି ଅନୁଯାୟୀ କିଛି ଜିନିଷ ଏହି ଦିନ କିଣିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।

୧.ମେଷ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଧନତେରସ ଦିନ ସୁନା ଚାନ୍ଦି ର ଯେ କୌଣସି ଜିନିଷ ଆପଣ ଧନତେରସ ଦିନ ନିଶ୍ଚିତ କିଣି ଆଣନ୍ତୁ । ଏହାଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆପଣଙ୍କ ଉପରେ ସଂପୂର୍ଣ୍ଣ ବର୍ଷ କୃପାଦୃଷ୍ଟି ରହିବ ।

୨.ବୃଷ ରାଶି, ଏହିଦିନ ଆପଣ ଚାନ୍ଦି ଅଥବା ହୀରା ର ଯେକୌଣସି ଜିନିଷ ଘରକୁ ନିଶ୍ଚିତ ଆଣନ୍ତୁ । ଏହା ସହିତ ଏହିଦିନ ଜମିବାଡି ଯାନବାହାନ କିଣିଲେ ତାହା ଶୁଭ ମଧ୍ୟ ହୋଇଥାଏ ।

୩.ମିଥୁନ ରାଶି, ଆପଣ ମାନେ ଏହିଦିନ ସୁନା, ରୂପା ଅଥବା ପିତଳ ର ଯେ କୌଣସି ଜିନିଷ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଗଣେଶ ଭଗବାନ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ମଧ୍ୟ କିଣନ୍ତୁ ।

୪.କର୍କଟ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଆପଣ ଚାନ୍ଦି ଅଥବା ସୁନା ର ଜିନିଷ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଭଗବାନ ଙ୍କ ମୂର୍ତ୍ତି ତଥା ବାସନ ଯଦି କିଣନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ।

୫.ସିଂହ ରାଶି, ଏହି ରାଶିର ବ୍ୟକ୍ତି ମାନେ ସୁନା କିମ୍ବା ତମ୍ବା ର ଯେ କୌଣସି ଜିନିଷ କିଣି ଆଣନ୍ତୁ । ପୂଜା କରୁଥିବା ବାସନ ଭଗବାନ ଙ୍କ ପାଇଁ ନିଶ୍ଚିନ୍ତ କିଣନ୍ତୁ ।

୬.କନ୍ୟା ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଆପଣ ଧନତେରସ ଦିନ ସୁନା, ରୂପା ଏବଂ ଲକ୍ଷ୍ମୀ ମାତା ଗଣେଶ ଭଗବାନ ଙ୍କ ମୂର୍ତ୍ତି ଏବଂ ଶ୍ରୀ ଜନ୍ତ୍ର ମାତା ଲକ୍ଷ୍ମୀ ଙ୍କର ଘରକୁ ନିଶ୍ଚିତ କିଣି ଆଣନ୍ତୁ ।

୭.ତୁଳା ରାଶି, ଆପଣ ଏହି ଶୁଭ ଦିନରେ ରୂପା ର ଯେ କୌଣସି ବସ୍ତୁ ନିଜ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନିଶ୍ଚିତ ଭାବରେ ରହିବ ।

୮.ବିଛା ରାଶି, ଆପଣ ଧନତେରସ ଦିନ ସୁନା, ରୂପା, ତମ୍ବା କିମ୍ବା ଅଷ୍ଟଧାତୁ ରେ ଯେ କୌଣସି ଜିନିଷ କିଣି ଆଣନ୍ତୁ,ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

୯.ଧନୁ ରାଶି, ଆପଣ ଧନତେରସ ଦିନ ସୁନା କିମ୍ବା ପିତଳ ର ଯେକୌଣସି ଜିନିଷ ନିଜ ଘରକୁ କିଣି ଆଣନ୍ତୁ ।

୧୦.ମକର ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ରୂପା, ସୁନା ଅଥବା ଅଷ୍ଟଧାତୁ ରେ ନିର୍ମିତ ଯେ କୌଣସି ବସ୍ତୁ ନିଶ୍ଚିତ କିଣନ୍ତୁ ।

୧୧.କୁମ୍ଭ ରାଶି, ଆପଣ ଏହି ଦିନ ଅଷ୍ଟଧାତୁ, ସୁନା ଅଥବା ପିତଳ ର ଯେକୌଣସି ଜିନିଷ କିଣି ଆପଣଙ୍କ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ ।

୧୨ମୀନ ରାଶି, ଆପଣ ସୁନା ଅଥବା ଯେ କୌଣସି ଧାତୁର ଜିନିଷ ନିଶ୍ଚିତ ଭାବରେ ଧନତେରସ ଦିନ କିଣି ନିଅନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।