ଦୀପାବଳିକୁ ନେଇ ଶକୁନ ଶାସ୍ତ୍ରରେ ମଧ୍ୟ କିଛି କଥା ପ୍ରଚଳିତ

ଦୀପାବଳିକୁ ନେଇ ଶକୁନ ଶାସ୍ତ୍ରରେ ମଧ୍ୟ କିଛି କଥା ପ୍ରଚଳିତ ଅଛି। ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ। ମା’ଙ୍କ ସ୍ୱାଗତ ପାଇଁ ଲୋକେ ଘର ସଫାସୁତୁରା କରିଥାନ୍ତି । ସବୁବେଳେ ନଜର ଆସୁଥିବା କିଛି ଜୀବଜନ୍ତୁ ଦୀପାବଳି ଦିନ ନଜର ଆସିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ଏହା ମା’ଏ ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ବୋଲି କୁହାଯାଏ। ଏହାଦ୍ୱାରା ବର୍ଷ ସାରା ଘରେ ସୁଖ-ସମୃଦ୍ଧି ଓ ଧନ ସମ୍ପତ୍ତି ରହିଥାଏ। ଦୀପାବଳି ରାତିରେ କେଉଁ ଜୀବଜନ୍ତୁ ଦେଖିବା ଶୁଭ ଆସନ୍ତୁ ଜାଣିବା।

ପେଚା – ଦୀପାବଳି ରାତିରେ ପେଚା ଦେଖିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଏ। ଦୀପାବଳି ରାତିରେ ପେଚା ଦେଖିଲେ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଗାଈ – ହିନ୍ଦୁ ଧର୍ମରେ ଗାଈ ପୂଜନୀୟ। ଗାଈକୁ ସମସ୍ତେ ସ୍ନେହ ଆଦର କରିଥାନ୍ତି। କିନ୍ତୁ ଦୀପାବଳି ରାତିରେ ଗାଈ ଦେଖିବା ଅଭୁତ ଶୁଭ ହୋଇଥାଏ। ଗାଈ ଦେବତ୍ୱର ପ୍ରତୀକ। ସେଥିପାଇଁ ଦୀପାବଳି ଦିନ କିମ୍ବା ରାତିରେ ଗାଈ ଦେଖିଲେ ଘରେ ସୁଖ-ସମୃଦ୍ଧି ଓ ଖୁସି ବାସ କରିଥାଏ।

ଚୁଚୁନ୍ଦ୍ରା – ଚୁଚୁନ୍ଦ୍ରା ଦେଖିଲେ ବହୁତ ଅସନା ଲାଗେ। କିନ୍ତୁ ଦୀପାବଳି ରାତିରେ ଚୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ। ଦୀପାବଳିରେ ଚୁଚୁନ୍ଦ୍ରା ଦେଖିଲେ ଘରେ କେବେ ଧନ ସମ୍ପତ୍ତି ଅଭାବ ରହେ ନାହିଁ ବୋଲି କୁହାଯାଏ।

ବିଲେଇ – ଦୀପାବଳି ରାତିରେ ବିଲେଇ ଦେଖିବା ବହୁତ ଶୁଭ କୁହାଯାଏ। ଦୀପାବଳି ପୂଜା ପରେ ଘରେ କିମ୍ବା ଆଖପାଖ ସ୍ଥାନରେ କେଉଁଠି ବି ବିଲେଇ ନଜର ଆସିଲେ ମା’ ଲକ୍ଷ୍ମୀଙ୍କ ଆଗମନ ସୂଚନା ଦେଇଥାଏ। ଦୀପାବଳିରେ ବିଲେଇ ଦେଖିଲେ ଘରକୁ ଖୁସି ଆସିଥାଏ।

ଝିଟିପିଟି – ସାଧାରଣତଃ ସମସ୍ତଙ୍କ ଘରେ ଝିଟିପିଟି ନଜର ଆସିଥାଏ। ଝିଟିପିଟି ଦେଖିଲେ ଲୋକେ ତାକୁ ତଡି ଦିଅନ୍ତି। କିନ୍ତୁ ଶକୁନ ଶାସ୍ତ୍ର ଅନୁଯାୟୀ ଦୀପାବଳି ରାତିରେ ଝିଟିପିଟି ନଜର ଆସିଲେ ତାକୁ ତଡିବା ଉଚିତ ନୁହେଁ। କାରଣ ଦୀପାବଳିରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଓ ଖୁସି ଆସିଥାଏ ବୋଲି କୁହାଯାଏ।