ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ତ୍ରୟୋଦଶ ଗୁରୁ: ହାତୀ

ମହାତ୍ମା ଅବଧୂତ (ଦତ୍ତାତ୍ରେୟ ) କହୁଛନ୍ତି ହେ ରାଜନ୍ ହାତୀ ହେଉଛନ୍ତି ମୋର ତ୍ରୟୋଦଶ ଗୁରୁ। ମୁଁ ତାଙ୍କ ଠାରୁ ସ୍ପର୍ଶ ସୁଖ ନିତ୍ୟ ତ୍ୟାଗ କରିବାର ଶିକ୍ଷା ପାଇଛି ।
ହାତୀ ଧରିବା ପାଇଁ ଶିକାରୀ ମାନେ ହାତୀ ଖେଦା (ବଡ଼ ଗାତ) ଖନନ କରି ,ତା ଉପରେ ଘାସ ପତ୍ର ଘୋଡାଇ ଦେଇଥାନ୍ତି। ସେହି ଗାତ ପାଖରେ ଏକ କାଠ ନିର୍ମିତ ମାଈ ହସ୍ତୀ ଟିଏ ରଖି ଦେଇଥାନ୍ତି । ଅଣ୍ଡିରା ହାତୀ ତାହାକୁ ପ୍ରକୃତ ହସ୍ତିନୀ ମନେକରି ସ୍ପର୍ଶ ସୁଖ ଇଚ୍ଛାରେ ତା ପାଖକୁ ଆସେ ଏବଂ ଗାତ ଭିତରେ ପଡି ବନ୍ଦୀ ହୋଇଥାଏ। ଠିକ୍ ସେହିପରି ସାଧକ, ଗୃହୀ କଦାପି ନାରୀ ସଙ୍ଗ ଓ ସ୍ପର୍ଶ ସୁଖ ପ୍ରତି ଆସକ୍ତ ନହେବା ଉଚିତ। ବିବେକୀ ପୁରୁଷ କୌଣସି ସ୍ତ୍ରୀ ପ୍ରତି ଆସକ୍ତ ହୋଇ ତା ପଛରେ ଧାଇଁବା ଉଚିତ୍ ନୁହେଁ । ହାତୀ ପରି ପରିଣାମ ଭୋଗ କରିବାକୁ ପଡିବ।

ଓଡ଼ିଆ ଭାଗବତ ରୁ କିଛି ପଦ :-
କାଷ୍ଠ ପିତୁଳା ନାରୀ ରୂପେ । ଥୋଇବ ଯତି ଙ୍କ ସମୀପେ ।। ଯତି ଏ ତାର ମୁଖ ଚାହିଁ । ଚରଣ ଅଗ୍ର ଯେବେ ଛୁଇଁ ।। ମନ ମନ୍ଥନ ତାହାଙ୍କର । ଏଣୁ ମନ୍ମଥ ସୁଖ ଘର ।। ଜଳେ ପାଷାଣ ପ୍ରାୟେ ମଜ୍ଜେ । ଗଜ ବନ୍ଧନ ଯେହ୍ନେ ଗଜେ ।। ଏଣୁ କୁଞ୍ଜର ଭାବ ମଣି । ଗୁରୁ ବଚନ ପରିମାଣୀ।।