ନିଜ ଦେଶରେ ଶେଷ ମ୍ୟାଚ ଖେଳିବେ କ୍ରିସ୍‌!

ନୂଆଦିଲ୍ଲୀ: ନିକଟରେ କ୍ରିକେଟରୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି କ୍ରିସ୍‌ ଗେଲ । ସେ ଟି୨୦ ଫର୍ମାଟରେ ସେ ଯେଉଁ ସଫଳ ବ୍ୟାଟ୍ସମ୍ୟାନ । ସେ ଟି-୨୦ରେ ୧୪ ହଜାର ରନ୍‌ ସହ ୨୨ଟି ଶତକ ମାରିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ । ଅନ୍ୟପକ୍ଷରେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ କ୍ରିସ ଗେଲଙ୍କୁ ବିଦାୟ ଦେବାକୁ ସମସ୍ତ ପ୍ରସ୍ତୁତି କରିସାରିଥିବା ଜଣାପଡିଛି । ଖବର ଅନୁସାରେ, ଆସନ୍ତା ଜାନୁଆରୀ ୧୬ରେ ୱେଷ୍ଟ ଇଣ୍ଡିଜ ଓ ଆୟାର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ଖେଳାଯିବ ।

ଏହି ଟି-୨୦ ମ୍ୟାଚ ଗେଲଙ୍କ ଶେଷ ମ୍ୟାଚ ହୋଇପାରେ । ଇଣ୍ଡିଜ ବୋର୍ଡର ସିଇଓ କହିଥିଲେ ଯେ, ସମସ୍ତେ ଗେଲ୍‌ ଘରୋଇ ଗ୍ରାଉଣ୍ଡରେ ଖେଳନ୍ତୁ ବୋଲି ଚାହାଁନ୍ତି । ଆୟାର୍ଲାଣ୍ଡ ସିରିଜ୍‌ ଏଥିପାଇଁ ଉପଯୁକ୍ତ ଅଟେ । ଗେଲ୍‌ ଟି-୨୦ ଏକଦା ୧୭୫ ରନର ବଡ ଇନିଂସ ଖେଳିଥିଲେ । ସେ ଟି-୨୦ରେ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ଟି-୨୦ରେ ମୋଟ ୧୪୩୨୧ କରିଛନ୍ତି । ଟେଷ୍ଟ ମ୍ୟାଚରେ ତାଙ୍କର ସର୍ବାଧିକ ସ୍କୋର ୩୩୩ । ଦିନିକିଆରେ ସେ ୩୦୧ ମ୍ୟାଚ୍‌ ଖେଳି ୧୦୪୮୦ ରନ୍‌ କରିଛନ୍ତି । ଯେଉଁଥିରେ ୨୫ଟି ଅର୍ଦ୍ଧଶତକ ରହିଛି ।