ବିନା ଦର୍ଶକରେ ଭାରତ-ଦ.ଆଫ୍ରିକା ଟେଷ୍ଟ

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଆସ୍ତନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି । ସବୁଠୁ ବଡ କଥା ହେଉଛି ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି କାରଣରୁ ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ ଟିକେଟ ବିକ୍ରି କରୁନଥିବା ଜଣାପଡିଛି । ଓମକ୍ରିନକୁ ଦୃଷ୍ଟିରେ ରଖି ମାତ୍ର ୨ ହଜାର ଲୋକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେଇଛନ୍ତି ।

ପ୍ରଥମ ଟେଷ୍ଟ ପାଇଁ ଟିକେଟ ବୁକିଂ ହେଉନାହିଁ । ସେହିପରି ଦ୍ୱିତୀୟ ଟେଷ୍ଟ ପାଇଁ ମଧ୍ୟ ଟିକେଟ୍‌ ବୁକିଂ ହେବ ନାହିଁ । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହେବ ଯେ ବାକି ମ୍ୟାଚ୍‌ ଗୁଡିକରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।