ଉଠିଲେ ରାହୁଲ, ଖସିଲେ ବିରାଟ

ସେଞ୍ଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଶତକ ମାରିଥିବା କେଏଲ ରାହୁଲ ଟେଷ୍ଟ ର‍୍ୟାଙ୍କଙ୍ଗରେ ଉପରକୁ ଉଠିଛନ୍ତି । ଏନେଇ ଆଇସିସି ଦ୍ୱାରା ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଜବରଦସ୍ତ ଫାଇଦା ମିଳିଛି । ରାହୁଲ ୧୮ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଆଇସିସି ମାନ୍ୟତାରେ ରାହୁଲଙ୍କ ସର୍ବଶ୍ରେଷ୍ଠ ମାନ୍ୟତା ୮ ରହିଛି । ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ୨ଟି ସ୍ଥାନ ତଳକୁ ଖସି ନବମରେ ରହିଛନ୍ତି ।

ସେହିପରି ଯଶପ୍ରୀତ ବୁମରା ୩ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନ ଓ ମହମ୍ମଦ ଶାମି ୨ଟି ସ୍ଥାନ ଉପରକୁ ଉଠି ୧୭ମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ପୂର୍ବପରି ଅଷ୍ଟ୍ରେଲିଆ ଅଧିନାୟକ ପାଟ୍‌ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍‌ ଏଲଗର ୧୪ମ ସ୍ଥାନରେ ପହଞ୍ଚିଛନ୍ତି ।