ଦିନିକିଆ କମାଣ୍ଡ ସମ୍ଭାଳିବେ ରୋହିତ!

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ରେ ଅଧିନାୟକ ପଦ ଛାଡିବା ପରେ କମାଣ୍ଡ ସମ୍ଭାଳୁଛନ୍ତି ରୋହିତ ଶର୍ମା । ଟି-୨୦ରୁ ଅଧିନାୟକ ପଦ ଯିବା ପରେ ଏବେ ଦିନିକିଆରୁ ଅଧିନାୟକତ୍ୱ ପଦ ଯାଇପାରେ ବିରାଟ କୋହଲିଙ୍କ ହାତରୁ । ସେହିପରି ବିସିସିଆଇର ଏକ ଗ୍ରୁପ୍‌ ବିରାଟ କୋହଲିଙ୍କୁ ଦିନିକିଆରେ ଅଧିନାୟକ ଭାବରେ ରଖିବାକୁ ଦାବି କରୁଥିବାବେଳେ ଅନ୍ୟ ଗ୍ରୁପ୍‌ ଟି-୨୦ ଓ ଦିନିକିଆରେ ଜଣେ ଖେଳାଳିଙ୍କୁ ହିଁ ଅଧିନାୟକ କରିବାକୁ କହୁଛନ୍ତି । କାହିଁକି ନା ରୋହିତ ଶର୍ମା ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ଭଲ ଭାବରେ ପ୍ରସ୍ତୁତି କରିପାରିବେ ।

ତେବେ ଏହି ମାମଲାରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ନିଷ୍ପତ୍ତି ନେବେ । ତେବେ କୋହଲି ଦିନିକିଆରେ ଅଧିନାୟକ ରହିବେ ନା ନାହିଁ ତାହା ଖୁବଶୀଘ୍ର ଜଣାପଡ଼ିବ ।