ଟେନିସରୁ ଅବସର ନେବେ ସାନିଆ

ନୂଆଦିଲ୍ଲୀ : ଟେନିସରୁ ଅବସର ଘୋଷରା କରିଛନ୍ତି ଭାରତର ଷ୍ଟାର ମହିଳା ଟେନିସ୍‌ ଖେଳାଳି ସାନିଆ ମିର୍ଜା । ସାନିଆ କହିଛନ୍ତି ଯେ ୨୦୨୨ ମୋର ଶେଷ ସିଜିନ୍‌ ହେବ । ମୁଁ ପ୍ରତି ସପ୍ତାହ ପ୍ରସ୍ତୁତି କରୁଛି । କିନ୍ତୁ ଏହା ନିଶ୍ଚିତ ନୁହେଁ ଯେ ମୁଁ ଆଗାମୀ ସମୟରେ ପୂରା ସିଜିନ୍‌ ଖେଳି ପାରିବି କି ନାହିଁ ।

ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସେ କହିଛନ୍ତି ମୋତେ ଲାଗୁଛି ମୁଁ ଆହୁରି ଉନ୍ନତ ଖେଳି ପାରିଥାନ୍ତି । ମାତ୍ର ଏବେ ଶରୀରର ଆଉ ସମର୍ଥନ କରୁନାହିଁ । ଏହା ହିଁ ମୋ ପାଇଁ ସବୁଠୁ ବଡ କାରଣ । ସାନିଆ ମହିଲା ଡବଲ୍ସରେ ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୨୦୧୫ରେ ୱିମ୍ବଲଣ୍ଡନ ଏବଂ ୟୁଏସ ଓପନ ଟାଇଟଲ୍‌ ଜିତିଥିଲେ । ସେହିପରି ମିକ୍ସ ଡବଲ୍ସରେ ସେ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ, ୨୦୧୨ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ ୟୁଏସ ଓପନ ଜିତିଥିଲେ ।