ଅଗଷ୍ଟ ୧୧ ତାରିଖରେ ଲୋକସଭା ପ୍ରବେଶ କରିବ ସଂଶୋଧିତ ଆୟକର ବିଲ୍

ଚଳିତ ଫେବୃଆରୀ ୧୩ ତାରିଖରେ ଲୋକସଭାରେ ଗୃହୀତ ଆୟକର ଟିକସ ବିଲ୍-୨୦୨୫ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ୧୧ ତାରିଖରେ ନୂଆ ବିଲ ଲୋକସଭାରେ ଆଗତ କରାଯିବ ।

ମାତ୍ର ୬ ମାସ ତଳେ ରାଷ୍ଟ୍ରପତିଙ୍କ ମୋହର ଲାଭ କରିଥିବା ଆୟକର ବିଲର ନୂତନ ସଂସ୍କରଣ ପ୍ରସ୍ତୁତ କରିଛି ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ।

ନୂତନ ଆୟକର ବିଲରେ ୧୯୬୧ ଆକ୍ଟକୁ ହଟାଇ ଦିଆଯାଇଛି । ନୂତନ ଆୟକର ବିଲ ସାଧାରଣ ଟିକସଦାତାଙ୍କୁ ସୁହାଇଲା ଭଳି ହୋଇଚି ବୋଲି ଆଲୋଚନା ଚାଲିଛି ।