CAG ଆପଣଙ୍କ ପୁଅ ବ୍ୟାଙ୍କରୁ ଏକଲକ୍ଷ ଟଙ୍କା ଋଣ ଆଣିଲେ । କିନ୍ତୁ ଆପଣଙ୍କ ହାତକୁ ୭୦ ହଜାର ବଢ଼ାଇ ଦେଇ କହିଲେ, ‘ବହୁଚେଷ୍ଟା କଲି । ବ୍ୟାଙ୍କରୁ ଏତିକି ଟଙ୍କା ଆଣିଲି ।’ ଆପଣ ବ୍ୟାଙ୍କକୁ ଗଲେ, ମ୍ୟାନେଜରଙ୍କ ନିକଟରୁ ପୁଅ ନେଇଥିବା ଟଙ୍କା ପରିମାଣ ଜାଣିଲେ। ଘରକୁ ଆସି ପୁଅକୁ ପଚାରିଲେ, ‘ଆରେ ପୁଅ, ବ୍ୟାଙ୍କରୁ ଏକଲକ୍ଷ ଟଙ୍କା ଆଣିଲୁ, ମୋତେ ୭୦ ହଜାର ଦେଲୁ, ବଳକା ୩୦ ହଜାର ଟଙ୍କା କ’ଣ କଲୁ’ । ପୁଅ ସଫା ସଫା ଶୁଣାଇଦେଲା, ‘ସେ ହିସାବ ଦେବାକୁ ମୁଁ ବାଧ୍ୟ ନୁହେଁ ।’ ପୁଅ ନିକଟରୁ ଏ କଥା ଶୁଣି ବାପା କହିଲେ, ‘ଋଣ ଟଙ୍କା ମୋତେ ପରିଶୋଧ କରିବାକୁ ପଡ଼ିବ, ତେଣୁ ୩୦ ହଜାର ଟଙ୍କାର ହିସାବ ଦେ’ । ବାପାର ଏମିତି କଥାରେ ପୁଅ ରାଗିଯାଇ ବାପାର ହାତମୋଡ଼ି ବେକମୁଣ୍ଡାରେ ଦୁଇ ବିଧା କଷି ପକାଇଲା । ଆମ କାହାଣୀରେ ବାପା ଚରିତ୍ରରେ ଆପଣ ନିଜକୁ ରଖି ଦିଅନ୍ତୁ । ପୁଅ ଚରିତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରଖି ଦିଅନ୍ତୁ । ବିକଶିତ ଭାରତର ବିକଳ ଚିତ୍ରକୁ ଦେଖନ୍ତୁ ।
ବିକଶିତ ଭାରତଟିଏ ଗଢ଼ିବା ପାଇଁ ୧୪୩ କୋଟି ଜନତା ଲୋକସଭାରେ ବିଜେପିକୁ ସବୁଠାରୁ ଅଧିକ ଆସନରେ ବସାଇଲେ । ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ଦେଖି ଚର୍ମ ଚକ୍ଷୁକୁ ପବିତ୍ର କଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ କ’ଣ? ୧୪୩ କୋଟି ଜନତାଙ୍କ ଜମିବାଡ଼ି ଖତିଆନାକୁ ବିଦେଶରେ ବନ୍ଧା ପକାଇ ବିକଶିତ ଭାରତର ଦ୍ୱାହି ଦେଇ ଋଣ ବାବଦକୁ ଯୋଉ ଟଙ୍କା ଆଣିଲେ, ସେହି ଟଙ୍କା ଭିତରୁ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କା ବିଜେପି ଅନୁଗତ ବେପାରୀଙ୍କ ହାତକୁ ଟେକିଦେଲେ । ଏ ଅଭିଯୋଗ ଆମେ କରୁନୁ । ଭାରତ ସରକାରଙ୍କ ଆୟବ୍ୟୟ ରିପୋର୍ଟକୁ ଯାଂଚ କରୁଥିବା ସରକାରୀ ସଂସ୍ଥା ‘କମ୍ପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ ବା କାଗ୍’ ଏଭଳି ମତ ପ୍ରଦାନ କରିଛନ୍ତି ।
ନିକଟରେ ପ୍ରକାଶିତ କାଗ୍ ରିପୋର୍ଟ ଅନୁସାରେ ଭାରତ ବିଦେଶରୁ ଋଣ ଆକାରରେ ପ୍ରାୟ ୬.୫୮ ଲକ୍ଷ କୋଟି ଟଙ୍କା ଆଣିଛି । ମାତ୍ର ତା’ ଭିତରୁ ୨.୧୯ ଲକ୍ଷ କୋଟି ଟଙ୍କାର ହିସାବ ମିଳୁନି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କାଗ୍ ପକ୍ଷରୁ ବାରମ୍ବାର ଚିଠି ଲେଖା ଯାଉଛି, ୨.୧୯ ଲକ୍ଷ କୋଟି ଟଙ୍କା ବୈଦେଶିକ ଋଣର ହିସାବ ମଗାଯାଉଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ କ୍ୟାବିନେଟ୍ ସଂପୂର୍ଣ୍ଣ ନିରବ ରହୁଛନ୍ତି । ଖର୍ଚ୍ଚ ରିପୋର୍ଟ ଦାଖଲ କରୁନାହାନ୍ତି ।
ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ଆପଣମାନେ ବିଜେପିକୁ ଦେଶର ହିତକାରୀ ଦଳ ବୋଲି କହିବେ କି?