ଅପମିଶ୍ରିତ ପେଟ୍ରୋଲ ବିକୁଛନ୍ତି ସରକାର

ଅପମିଶ୍ରିତ ପେଟ୍ରୋଲ ବିକୁଛନ୍ତି ମୋଦିଜୀଙ୍କ ସରକାର । ଅପମିଶ୍ରିତ ତେଲ କିଣିବା ଛଡ଼ା ଆପଣଙ୍କ ନିକଟରେ ବିକଳ୍ପ ନାହିଁ । ତେଲ କମ୍ପାନୀଙ୍କ ନିକଟରୁ ସ୍ୱୀକୃତି ଲାଭ କରିଥିବା ଟାଙ୍କିରୁ ଯଦି ଆପଣଙ୍କୁ ଅପମିଶ୍ରିତ ତେଲ କିଣିବାକୁ ବାଧ୍ୟ କରାଯାଏ, କ’ଣ କରିପାରିବେ ଆପଣ? ଡବଲ ଇଞ୍ଜିନ ସରକାରଙ୍କ ଅସଲ ମୁଖା ଜାଣନ୍ତୁ । ମୋଦୀଙ୍କ ଗୁଣଗାନ କରନ୍ତୁ ।

ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାଟି ଫିଟାଇବାର ସାହସ କାହା ନିକଟରେ ଅଛି?

ଯିଏ ପ୍ରତିବାଦ କରିବ, ତାକୁ ମିଛ ମାମଲାରେ ଫସାଇ ଜେଲରେ ପୁରାଇ ଦିଆଯିବ । ଅପମିଶ୍ରିତ ତେଲ ସଂପର୍କରେ ତେଲଟାଙ୍କି ମାଲିକଙ୍କ ଦୃଷ୍ଟି ଆକର୍ଷଣ କଲେ, କିଛି ଲାଭ ମିଳିବନି । ବେଶି ଯୁକ୍ତି କଲେ, ତେଲଟାଙ୍କି ମାଲିକ କହିବେ, ଇଛା ହେଲେ, ତେଲ କିଣନ୍ତୁ ନଚେତ ଅନ୍ୟ କୋଉଠି ଦେଖନ୍ତୁ ।

ଆପଣ ଯୋଉ ତେଲଟାଙ୍କିକୁ ଯିବେ, ଅପମିଶ୍ରିତ ତେଲ ପାଇବେ । କାରଣ କ’ଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ହିନ୍ଦୁସ୍ଥାନ ଅଏଲ, ଇଣ୍ଡିୟାନ ଅଏଲ ଓ ଭାରତ ପେଟ୍ରୋଲିୟମ, ରିଲାଏନ୍ସ ଅଏଲ ସମେତ ଅନ୍ୟ ଘରୋଇ ତେଲ ବିକ୍ରୟକାରୀ ସଂସ୍ଥା ।

ପେଟ୍ରୋଲରେ ଇଥାନଲ ମିଶାଉଛନ୍ତି ତେଲ କମ୍ପାନୀ । ଆଖୁଚ୍ଛେଦାରୁ ତିଆରି ଇଥାନଲକୁ ପେଟ୍ରୋଲରେ ମିଶାଇ ବିକିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖାଂଟି ପେଟ୍ରୋଲ ଆଉ ଦେଶର କୌଣସି ତେଲଟାଙ୍କିରେ ମିଳୁନି ।

ଖାଂଟି ପେଟ୍ରୋଲରେ ଗାଡ଼ିର ଇଞ୍ଜିନ ସୁସ୍ଥ ରହେ । ଗାଡ଼ି କମ୍ପାନୀ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଅବଧି ଭିତରେ ଗାଡ଼ିର ଇଞ୍ଜିନ ଆଦୌ ଖରାପ ହୁଏନା । ମାତ୍ର ଅପମିଶ୍ରିତ ତେଲ ପକାଇବା ଫଳରେ ଗାଡ଼ି ଇଞ୍ଜିନର ଆୟୁଷ କମିଯାଏ । ଇଞ୍ଜିନ ଜଲଦି ନଷ୍ଟ ହୋଇଯାଏ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି କି? ପେଟ୍ରୋଲରେ ଇଥାନଲ ମିଶିବାର ପାଠ ବିଜେପି ମୁଣ୍ଡରେ ପୁରାଇଲା କିଏ? କିଏ ଆଉ? ଆମ ପ୍ରିୟ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । ଗଡ଼କରୀ ଯୋଉଦିନଠାରୁ ଟୟୋଟା କମ୍ପାନୀର ଅଘୋଷିତ ବ୍ରାଣ୍ଡ ଆମ୍ବାସାଡାର ହୋଇଗଲେଣି । ସେହିଦିନଠାରୁ ମୋଦି ସରକାର ପେଟ୍ରୋଲରେ ଇଥାନଲ ମାତ୍ରାକୁ ୨୦ ପ୍ରତିଶତ ବଢ଼ାଇ ଦେଲେଣି । ମନମୋହନ ସରକାରଙ୍କ ଅମଳରେ ପେଟ୍ରୋଲରେ ୫ ପ୍ରତିଶତ ଇଥାନଲ ମିଶା ଯାଉଥିଲା । ସେ ସମୟରେ ଏକ ଲିଟର ପେଟ୍ରୋଲ ଦର ଯାହା ଥିଲା, ତାକୁ ପ୍ରତିବାଦ କରି ବିଜେପି ସାରାଦେଶରେ ନିଆଁ ଲଗାଇଥିଲା ।

ଏବେ ମୋଦିଙ୍କ ଅମଳରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶା ଯାଉଛି, ସେହି ହାରରେ ଅପମିଶ୍ରିତ ପେଟ୍ରୋଲ ଦର ୬୦ ଟଙ୍କା ହେବା କଥା । ମାତ୍ର ମୋଦି ସରକାର ଅପମିଶ୍ରିତ ପେଟ୍ରୋଲକୁ ଚଢ଼ାଦରରେ ବିକୁଛନ୍ତି । ଭୁବନେଶ୍ୱରରେ ଏକ ଲିଟର ଅପମିଶ୍ରିତ ପେଟ୍ରୋଲ ଦର ୧୦୧ ଟଙ୍କା ୨୯ ପଇସାରେ ବିକାଚାଲିଛି ।

ଆପଣ ଜାଣନ୍ତି? ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ତେଲ କମ୍ପାନୀକୁ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ନିକଟରୁ ଇଥାନଲ କିଣିବାକୁ ବାଧ୍ୟ କରାଯାଉଛି । ସେହି ନିର୍ଦ୍ଦିଷ୍ଟ କମ୍ପାନୀର ମାଲିକ ହେଉଛନ୍ତି ଆମ ପ୍ରିୟ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ବାବୁଙ୍କ ପୁଅ । କମ୍ପାନୀର ନାମ ମାନସ ଆଗ୍ରୋ ଇଣ୍ଡଷ୍ରିଜ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍ ।

ଡବଲ ଇଞ୍ଜିନ ସରକାରଙ୍କ ଅସଲ ମୁଖା ଜାଣନ୍ତୁ । ମୋଦୀଙ୍କ ଗୁଣଗାନ କରନ୍ତୁ ।