ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିଧାନସଭାର ବଜେଟ ଅଧିବେଶନ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ଡିଜି ଅଭୟ ଯାଞ୍ଚ କରିଛନ୍ତି । ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ କମିଶନର କହିଛନ୍ତି ଯେ, ‘ବିଧାନସଭା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଲୋକେ ଆତ୍ମାହୂତି ଉଦ୍ୟମ କରୁଥିବାରୁ ତାହା ଫୋକସରେ ରହିବ । ବିଧାନସଭା ଚାଲୁଥିବା ସମୟରେ କିଛି ରାସ୍ତାକୁ ବ୍ଲକ କରାଯିବ ।’