ବଡ଼ଚଣା,(ଏସ୍ ନ୍ୟୁଜ): ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ବଡ଼ଚଣା ପୁଲିସ ଗିରଫ କରିଛି। ଏହି ଲୁଟେରାମାନେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫଟ ଦେଇ ଏହାପରେ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି। ଏହି ଲୁଟେରା ମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ୨ଟି ବାଇକ, ମୋବାଇଲ, ଲ୍ୟାପଟପ, କ୍ୟାମେରା ସହ ନଗଦ ୨୦ହଜାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏମାନେ ଜାତୀୟ ରାଜପଥରେ ଅନେକ ଲୋକଙ୍କୁ ଲୁଟାଇଥିବା ଘଟଣା କୁ ସ୍ୱୀକାର କରିଛନ୍ତି ।