ସିଲ୍ ହେଲା କୋଚିଂ ସେଣ୍ଟର ‘ହାପି କ୍ଲାସେସ୍’

ଭୁବନେଶ୍ବର (ଏସ୍ ନ୍ୟୁଜ): କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କରିବା ମହଙ୍ଗା ପଡିଲା। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ସ୍ଥିତ ଏକ କୋଚିଂ ସେଣ୍ଟର ହାପି କ୍ଲାସେସକୁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢୁଛି । ଦିନକୁ ଦିନ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଗାଇଡ୍ ଲାଇନ୍‌ରେ ଦର୍ଶାଯାଇଛି । ମାତ୍ର କିଛି ସ୍ଥାନରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ବର ସ୍ଥିତ ଏକ କୋଚିଂ ସେଣ୍ଟରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ଭୁବନେଶ୍ବର ମହାନଗର ନିଗମର ଏକ ଟିମ୍ ସଂପୃକ୍ତ କୋଚିଂ ସେଣ୍ଟରରେ ଚଢାଉ କରିଥିଲା । ଚଢାଉ ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କରାଯାଇଥିବା ବିଏମସି ଅଧିକାରୀଙ୍କ ନଜରକୁ ଆସିଥିଲା । ଫଳରେ ସେହି କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି ।