ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋର୍ଷ୍ଟେପ୍ ଅକ୍ସିଜେନ ସେବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମେଡିକାଲ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ ଏହି ସେବା ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି । ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବା ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଭବିଷ୍ୟତରେ କରୋନା ବିରୋଧୀ ଲଢେ଼ଇ ସହଜ ହେବ ।