୨୬ ବର୍ଷୀୟା ମହିଳା ୯ ଶିଶୁଙ୍କୁ ଜନ୍ମଦେଲେ

ମୋସ୍କ: ମୋସ୍କର ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ । ଜଣେ ୨୬ ବର୍ଷୀୟ ମହିଳା ୯ ଶିଶୁଙ୍କୁ ଜନ୍ମ ଦେଇଥିଲେ । ତେବେ ଜନ୍ମ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ୪/୫ ଜଣ ଶିଶୁ ହିଁ ଜୀବିତ ରହିପାରିବେ ବୋଲି କହିଥିଲେ ଡାକ୍ତର । କିନ୍ତୁ ବର୍ତ୍ତମାନ ସମସ୍ତ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ଏକାସଙ୍ଗେ ଜନ୍ମ ନେଇଥିବା ୯ ଶିଶୁଙ୍କୁ ମୋନୁପ୍ଲେଟସ କୁହାଯାଉଛି । ଶିଶୁଙ୍କ ମଧ୍ୟରେ ୫ ଜଣ କନ୍ୟା ଓ ୪ ଶିଶୁପୁତ୍ର ଅଛନ୍ତି । ୯ ଶିଶୁଙ୍କୁ ପାଇଁ ଖୁବ ଖୁସି ଅଛନ୍ତି କାଦେର ଏବଂ ତାଙ୍କ ପତ୍ନୀ ହେଲୀମା । ସେମାନେ କହିଛନ୍ତି ଅଲଟ୍ରାସାଉଣ୍ଡ ବେଳେ ଏତେ ସଂଖ୍ୟକ ପିଲା ଦେଖି ସେମାନେ ଉନ୍ନତ ଚିକିତ୍ସା ପାଇଁ ମୋରୋକ୍‌କୋ ଯାଇଥିଲେ । ସେଠାରେ ହେଲୀମାଙ୍କର ୯ ଜଣ ଶିଶୁ ଜନ୍ମ ହୋଇଥିଲେ । ସୂଚନା ଅନୁଯାୟୀ, ମହିଳାଙ୍କ ଯତ୍ନ ନେବା ପାଇଁ ମେଡିକାଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ୧୦ ଜଣ ଡାକ୍ତର ଏବଂ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ଏହି ପରେସନରେ ସାମିଲ ହୋଇଥିଲେ । ଡେଲିଭରୀ ପୂର୍ବରୁ ମହିଳାଙ୍କ ପେଟର ଓଜନ ୨୯ କେଜି ଥିଲା । ଏହି ଅପରେସନ ସମୟରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି । ଜନ୍ମ ସମୟରେ ଶିଶୁମାନଙ୍କ ଓଜନ ୫ଶହ ଗ୍ରାମରୁ ୧ କିଲୋ ମଧ୍ୟରେ ଥିଲା ।