ୟୁପି : ଏଣିକି ସପ୍ତାହାନ୍ତ ଲକଡାଉନ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଣିକି ପ୍ରତି ଶନିବାର ଦୋକାନ-ବଜାର ଖୋଲା ରହିବ କିନ୍ତୁ ସୋମବାର ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଉତ୍ତରପ୍ରଦେଶର ବାରଣାସୀରେ ଏହି ନିୟମ ହୋଇଛି । ଏବେ ଉତ୍ତରପ୍ରଦେଶରେ ସପ୍ତାହାନ୍ତ ଲକଡାଉନ ଲାଗିଥିବା ବେଳେ ଶନିବାର-ରବିବାର ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ସମସ୍ତ କାର୍ଯ୍ୟକଳାପ ବନ୍ଦ ରହୁଛି । କିନ୍ତୁ ବାରଣାସୀ ପାଇଁ ଏହି ନିମୟରେରେ ପରିବର୍ତ୍ତନ ହୋଇଛି । ଶନିବାର ଏବେ ୋକାନ ବଜାର ଖୋଲା ରହିବ । ଶନିବାର ପରିବର୍ତ୍ତୀ ଲକଡାଉନ ସୋମବାର ଲାଗିବ । ଏହାର ଅର୍ଥ ଏଣିକି ଶନିବାର-ରବିବାର ନୁହେଁ ବରଂ ରବିବାର-ସୋମବାର ଲକଡାଉନ ଲାଗିବ ବୋଲି ଜଣାପଡ଼ିଛି । ଏହି ପରିବର୍ତ୍ତନ କେବଳ ଶ୍ରାବଣ ମାସକୁ ନଜରରେ ରଖି କରାଯାଇଛି । ବରଣାସୀର ବ୍ୟବସାୟୀଙ୍କ ଦାବି କ୍ରମେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବେପାରୀମାନେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବି ଗ୍ରହଣ କରିଥିବା ଜଣାପଡ଼ିଛି ।