ବାଲେଶ୍ୱର, (ଏସ୍ ନ୍ୟୁଜ): ବହୁଚର୍ଚ୍ଚିତ ମ୍ୟାଟ୍ରିକର ୨ୟ ପରୀକ୍ଷା ଲାଗି ବାଲେଶ୍ୱର ଜିଲାରେ ୨୨ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ ଜଳେଶ୍ୱର ହାଇସ୍କୁଲ ସେଥିମଧ୍ୟରୁ ଗୋଟିଏ । ସେଠାରେ ୫୩ଜଣ ମଧ୍ୟାମା (ସଂସ୍କୃତ) ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଆଜି ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସମଗ୍ର ବିଦ୍ୟାଳୟକୁ ସାନିଟାଇଜ୍ କରାଯାଇଥିଲା । ପ୍ରତ୍ୟେକ ପରୀକ୍ଷା ହଲରେ ୧୨ଜଣ ପରୀକ୍ଷାର୍ଥର ଏବଂ ପ୍ରତ୍ୟକ ବେଞ୍ଚରେ ଜଣେ ଲେଖାଏଁ ବସିବାର ବ୍ୟବସ୍ଥା ହୋଇଥିଲା । ୪ଟି ପରୀକ୍ଷାହଲ ଲାଗି ବ୍ୟବସ୍ଥା ହହାଇଥିବା ବେଳେ ମୋଟ ୫୩ଜଣ ଏଠାରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । ପରୀକ୍ଷା ନିଦ୍ଦିଷ୍ଟ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣେ ହେଲେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିନଥିଲେ । କିନ୍ତୁ ପରେ ପରିଦର୍ଶକ ଭାବେ ବାଲିଆପାଳ ଏବିଇଓ ଦୁଃଖିରାମ ଦାସ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ସମସ୍ତ କାଗଜପତ୍ର ତଦାରଖ କରିଥିଲେ । ଆସନ୍ତା କାଲି ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇ ରହିଥିବା ସମ୍ପର୍କରେ ପରୀକ୍ଷା ପରିଚାଳକ କୁଞ୍ଜବିହାରୀ ପ୍ରଧାନ କହିଛନ୍ତି । ପରୀକ୍ଷକେନ୍ଦ୍ରକୁ ଜଣେ ହେଲେ ପରୀକ୍ଷାର୍ଥୀ ନ ଆସିବା ଏହା ପ୍ରଥମ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଆଜି ପରୀକ୍ଷାକେନ୍ଦ୍ର ସମ୍ପର୍କରେ ଆଲୋଚ୍ୟର ବିଷୟ ହୋଇଛି ।