ବାଲେଶ୍ୱର, (ଏସ୍ ନ୍ୟୁଜ): ବିବାହର ୧ବର୍ଷ ନ ପୁରୁଣୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଓ ମନାନ୍ତର ଯୋଗୁଁ ଜନୈକ ଯୁବକ ବିଷପାନ କରି ୩ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଆଜି କଟକ ସ୍ଥାନାନ୍ତର ହୋଇଥିଲେ । ମାତ୍ର ବାଟରେ ଗଲାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷରେ ତାଙ୍କ କାକୀଙ୍କ ଶ୍ରଦ୍ଧାବାର୍ଷିକୀ ଗାଁରେ ପାଳନ ହେଉଥିବା ବେଳେ ଏହି ଖବର ଶୁଣି ଉତ୍ତେଜନା ପ୍ରକାଶ ପାଇଛି ଓ ଶୋକର ଛାୟା ଦେଖା ଦେଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର ଥାନା ଅନ୍ତର୍ଗତ ଉପାନ୍ତ ପଂଚାୟତ ନଛିମପୁରର ସ୍ୱର୍ଗତ ମୂରଲୀଧର ଗିରିଙ୍କ ପୁତ୍ର ମିଲନ କୁମାର ଗିରି ଓରଫ ପିଙ୍କୁ(୩୩) ୧୧ମାସତଳେ ବିବାହ କରିଥିଲେ । ପିଙ୍କୁ ବାଙ୍ଗାଲୋରରେ କାମ କରୁଥିବା ବେଳେ କୋଭିଡ୍ କଟକଣା ଯୋଗୁ ସେଠାରୁ ଆସି ଗାଁ ରେ ରହୁଥିଲେ । ଫଳରେ ଆର୍ଥୀକ ଦୂରାବସ୍ଥାରେ ଗତି କରୁଥିଲେ । ଗତ ୨୮ ତାରିଖରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିକନ୍ଦଳ ଘଟିଥିବା ବେଳେ ପିଙ୍କୁ ଘାସମରା ବିଷପାନ କରି ଅସୁସ୍ଥ ହୋଇଥିଲେ । ପ୍ରଥମେ ତାଙ୍କୁ ଜିକେଭଟ୍ଟର ଡାକ୍ତରଖାନା ଓ ପରେ ବାଳେଶ୍ୱର ଫକୀରମୋହନ ମେଡିକାଲ କଷଳଜକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହୋଇଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର କାକୀଙ୍କ ଶ୍ରାଦ୍ଧାବାର୍ଷିକୀ ଥିବାରୁ ଗାଁରେ ପାଳନ ହେଉଥିବା ବେଳେ ଏହି ଘଟଣା ଶୁଣି ପରିବାର ବର୍ଗ ଶୋକାଭିଭୂତ ହୋଇଛନ୍ତି । ପ୍ରକାଶଯୋଗ୍ୟ ତାଙ୍କ ସାନଭାଇଙ୍କ ବିବାହ ଉତ୍ସବର ୪ଦିନ ପରେ ତାଙ୍କ ମୁଙ୍କ ମୃତ୍ୟୁ ଘଟିଥିଲା । ତେଣୁ ୧ବର୍ଷ ମଧ୍ୟରେ ଗୋଟିଏ ପରିବାରରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଗାଁରେ ବହୁକଥା ଶୁଣିବାକୁ ମିଳୁଛି ।