ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରଦଣ୍ଡ

କଟକ, (ଏସ୍‌ ନ୍ୟୁଜ): କଟକ ଅତିରିକ୍ତ ସେସନ କୋର୍ଟ ତଥା ପୋଷ୍କ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଆସାମୀ ଗୋପାଳ ଦାସ ଓରଫ ଭୋଇ (୬୦)କୁ କୋର୍ଟ ଆଇପିସିର ୩୭୬(୨)(ଆଇ) ଦଫାରେ ଏପରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସେହିପରି ଆସାମୀକୁ ଆଇପିସିର ୫୦୬ ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୋଷ୍କ ଆକ୍ଟର ୬ ଦଫାରେ ଆସାମୀକୁ ୧୦ବର୍ଷ ସଶ୍ରମ କାରଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ପ୍ରଦାନ କରିବାକୁ ଆଦେଶ ହୋଇଛି । ସମସ୍ତ ଦଣ୍ଡାଦେଶ ଏକତ୍ର ଲାଗୁହେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ୧୩ ଜଣଙ୍କ ସାକ୍ଷ୍ୟ ଓ ୧୩ ପ୍ରମାଣପତ୍ର ଆଧାରରେ କୋର୍ଟ ଏପରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପୀଡ଼ିତା ନାବାଳିକାଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉକି ଗତ ୨୦୧୬ ମଇ ୧୮ ତାରିଖରେ ଜଣେ ନାବାଳିକା ବିବାହ ଭୋଜିଖାଇ ଫେରୁଥିବାବଳେ ଆସାମୀ ଗୋପାଳ ନାବାଳିକାକୁ ଏକ ବୁଦାମୂଳକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ପରିବାର ପକ୍ଷରୁ ବାରଙ୍ଗ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ୍‌ ଗୋପାଳକୁ ଗିରଫ କରି ତା’ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା ।