ବରଗଡ,(ଏସ୍ ନ୍ୟୁଜ୍): ସ୍ବାଧୀନତା ଦିବସ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରେସ ବିଜ୍ଞିରେ କୁହା ଯାଇଛି । ସାରା ବର୍ଷ ରେ ଆମର ସମସ୍ତ ଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅମୃତ ମହୋତ୍ସବ ” ପାଳନ କରାଯିବ । ଓଡ଼ିଶାର ସମସ୍ତ ଜିଲ୍ଲା ରେ ନୂଆ ଓଡ଼ିଶା ଗଠନର ସ୍ଵପ୍ନ ନେଇ ଏହି ଦିନରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡ଼ିଶାର ସମସ୍ତ ଯୁବ ବନ୍ଧୁ ମାନଙ୍କୁ ନେଇ କାର୍ଯ୍ୟକ୍ରମରେ ଆସନ୍ତା ଅଗଷ୍ଟ ୧୫ ରେ ରାଜ୍ୟ ର ସମସ୍ତ ଜିଲ୍ଲା ମାନଙ୍କରେ ଜାତୀୟ ସଂଗୀତ ଗାୟନ ପରେ ସାଇକେଲ ଶୋଭାଯାତ୍ରା ତଥା ପଦଯାତ୍ରା କରିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।