ଜିଲ୍ଲା ପରିଷଦ ସଭାପତି ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଭୁବନେଶ୍ୱର: ଜିଲା ପରିଷଦ ସଭାପତି ସଂରକ୍ଷଣ ଚିଠ ତାଲିକା ପ୍ରକାଶ ପାଇଛି। ଏଥିରେ ୪ଟି ଜିଲା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ସେହିପରି ୧୫ଟି ଜିଲାର ଜିଲା ସଭାପତି ପଦ ଅଣ ସଂରକ୍ଷିତ ରହିଛି। ମହିଳାଙ୍କ ୫୦ ପ୍ରତିଶତ ସଂରକ୍ଷିତ ରହିଛି। ସେହିପରି ଅନୁସୂଚିତ ଜନଜାତି ପାଇଁ ୧୦ ଜିଲା ସଂରକ୍ଷିତ ରହିଛି। ପଛୁଆ ବର୍ଗଙ୍କ ପାଇଁ ୪ ଜିଲା ଆସନ ସଂରକ୍ଷିତ ରହିଛି। ଏହି ତାଲିକା ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ଏ ସମ୍ପର୍କରେ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ କିମ୍ବା ପରାମର୍ଶ ଆହ୍ବାନ କରାଯାଇଛି।