ଭାରତ ଜ୍ୱାଇଁ ହେବେ ଗ୍ଲେନ ମାକ୍ସୱେଲ

ହାଇଦ୍ରାବାଦ : ଇଣ୍ଡିଆ ଜ୍ୱାଇଁ ହେବେ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳି ଗ୍ଲେନ ମାକ୍ସୱେଲ । ସେ ଭାରତୀୟ ବଂଶଦ୍ଦଭବ ବିନୀ ରମଣଙ୍କୁ ଆସନ୍ତା ମାର୍ଚ୍ଚ ୨୭ରେ ବିବାହ କରିବେ ମାକ୍ସୱେଲ । ଉଭୟଙ୍କ ନିର୍ବନ୍ଧ ୨୦୨୦ରୁ ସରି ଥିବାବେଳେ ଚଳିତବର୍ଷ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ ।

ଏନେଇ ନିଜେ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ମାକ୍ସୱେଲ । ଅନ୍ୟପକ୍ଷରେ ଏହି ବାହାଘର ଭାରତୀୟ ପରମ୍ପରାରେ ହେବ । ସୂଚନାଯୋଗ୍ୟ ଯେ, ତେବେ ବିନୀ ରମଣ ତାମିଲ ଝିଅ ହୋଇଥିଲେ ବି ସେ ମେଲବର୍ଣ୍ଣରେ ଜନ୍ମ ଗ୍ରହଣ କରିଥିଲେ ।