ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ସଂଗୀତଜ୍ଞ ବାପ୍ପି ଲାହିରୀଙ୍କ ଆଜି ପରଲୋକ ହୋଇଯାଇଛି । ମୁମ୍ବାଇର ଏକ ହସ୍ପିଟାଲରେ ବାପ୍ପି ଲାହିରୀ ଅନ୍ତିମ ନିଃଶ୍ୱାସ ନେଇଥିବା ଜାତୀୟ ଗଣମାଧମ ରିପୋର୍ଟ କରିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ହଠାତ୍ ଗୁରୁତର ହୋଇପଡ଼ିବାରୁ ବାପ୍ପିଙ୍କୁ ମଙ୍ଗଳବାର ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା ।
ତାଙ୍କର ପରଲୋକ ହୋଇଯିବା ପରେ ସମର୍ଥକ ତଥା ସଂଗୀତ ଜଗତର ଏକ ବଡ଼ଧରଣର କ୍ଷତି ପହଞ୍ଚିଛି । ସୂଚନାଯୋଗ୍ୟ ବାପ୍ପି ଲାହିରୀ ଡିସ୍କୋ ଡାନ୍ସର, ନମ ହଲାଲ, ଶରାବୀ, କମାଣ୍ଡୋ, ଗ୍ୟାଙ୍ଗ ଲିଡର, ଲହୁ କେ ଦୋ ରଂଗ, ଚଲତେ ଚଲତେ, ଟ୍ୟାକ୍ସି ନମ୍ବର ୯୨୧୧ ଭଳି ଫିଳ୍ମରେ ସଂଗୀତ ଦେଇଥିଲେ ।