ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୩୬୨ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୬୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୫୪,୧୧୮ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।
ଗତ ୨୪ ଘଣ୍ଟାରେ ୯ ହଜାର ୬୨୦ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪,୨୩,୯୮,୦୯୫ କୋଟିରେ ପହଞ୍ଚିଛି।
ଆଇସିଏମ୍ଆର କହିଛି ଯେ ଗତକାଲି ଭାରତରେ ୬ ଲକ୍ଷ ୧୨ ହଜାର ୯୨୬ ନମୁନା ପରୀକ୍ଷା କରାଯାଇଛି । ଏଥି ସହିତ ମହାମାରୀ ଆରମ୍ଭରୁ ଦେଶରେ ମୋଟ ୭୭.୩୪ କୋଟି ନମୁନା ପରୀକ୍ଷା କରାଗଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୭୮ କୋଟି ୯୦ ଲକ୍ଷ ୬୧ ହଜାର ୮୮୭ ଡୋଜ୍ କରୋନା ଟିକା ଦିଆଯାଇଛି