ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତର ବଡ ବିଜୟ ହୋଇଛି । ସେହିପରି ଏବେ ଟିମ ଇଣ୍ଡିଆର ସିରିଜ ବିଜୟ ଉପରେ ନଜର ରହିଛି । ଅନ୍ୟପଟେ ପ୍ରଥମ ଟେଷ୍ଟ ମ୍ୟାଚରୁ ହାରିଥିବା ଶ୍ରୀଲଙ୍କା ଟିମ ମଧ୍ୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କିଛିଟା ପରିବର୍ତ୍ତନ ହୋଇଛି । ସୂଚନାଯୋଗ୍ୟ ଯେ, ଆହତ କାରଣରୁ ଦଳରୁ ବାଦ ପଡିଥିବା ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି ।
ସେହିପରି ଦଳରେ ସାମିଲ ଥିବା କୁଲଦୀପ ଯାଦବ ଦଳରୁ ବାଦ ପଡିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆହତ ହୋଇଥିଲେ । କିନ୍ତୁ ଏବେ ସେ ଦଳରେ ସାମିଲ ହୋଇଥିବାରୁ କୁଲଦୀପଙ୍କୁ ଦଳରୁ ବାଦ ଦିଆଯାଇଛି । ସୂନାଯୋଗ୍ୟ ଯେ, ଭାରତ-ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଆସନ୍ତା ମାର୍ଚ୍ଚ ୧୨ରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦିବା-ରାତ୍ର ହେବ ।