କ୍ରିକେଟ ଷ୍ଟାଡିୟମରେ ବି ପୁଷ୍ପା କ୍ରେଜ

ନୂଆଦିଲ୍ଲୀ : ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା ଧମାଲ କରିବା ସହ ବର୍ତ୍ତମାନ ସୁଦ୍ଧା ପୁଷ୍ପା କ୍ରେଜ କମିନାହିଁ । ପ୍ରାୟ ସବୁଆଡେ ପୁଷ୍ପା କ୍ରେଜ ଦେଖିବାକୁ ମିଳିଛି । ଏବେ କ୍ରିକେଟରେ ବି ଦେଖିବାକୁ ମିଳିଛି ପୁଷ୍ପା କ୍ରେଜ । ଏବେ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ପୁଷ୍ପା କ୍ରେଜନ ଭାଇରାଲ ହୋଇଛି । ଯାହା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ଏହି ପୁଷ୍ପା କ୍ରେଜ ଦେଖାଇଥିଲେ । ଯାହା ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରଶଂସକ ଖୁବ ପ୍ରଶଂସା କରିଛନ୍ତି । ବିରାଟ କୋହଲି ହସିବା ସହ ପୁଷ୍ପା ଷ୍ଟାଇଲର ନକଲ କରୁଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ରବୀନ୍ଦ୍ର ଜାଡେଜା ଏହି ପୁଷ୍ପା ଷ୍ଟାଇଲ କରୁଥିବା ଦେଖିବାକୁ ମିଳିଥିଲା ।