ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା

ନୂଆଦିଲ୍ଲୀ: ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ପହଞ୍ଚିଛନ୍ତି । ନୂଆଦିଲ୍ଲୀରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ ସ୍ୱାଗତ କରିଛନ୍ତି । ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେବେ ଫୁମିଓ କିଶିଡା । ତେବେ ଏହା ସହିତ ଫୁମିଓଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ।

ସୂଚନା ଅନୁଯାଇ, ଭାରତ ଏବଂ ଜାପାନ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି ବାବଦରେ ମଧ୍ୟ ଆଲୋଚନା ହେବ।
ଏହି ବୈଠକରେ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇପାରେ । ଚୀନର ଗତିବିଧି ଏବଂ କାର୍ଯ୍ୟକଳାପ ମଧ୍ୟ ଉଭୟଙ୍କର ଏକ ଆଲୋଚନାର ବିଷୟ ହୋଇପାରେ ।

ସେପଟେ ସୂଚନା ଯୋଗ୍ୟ, ଜାପାନ ଋଷ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରିଛି । କିନ୍ତୁ ଭାରତ କୌଣସି ପକ୍ଷକୁ ସହଯୋଗ କରୁ ନଥିବା ଦେଖାଯାଇଛି । ହିନ୍ଦ ପ୍ରଶାନ୍ତ ଅଞ୍ଚଳର ପରିସ୍ଥିତିକୁ ଲକ୍ଷ୍ୟ କଲେ ଭାରତ ଏବଂ ଜାପାନ ମଧ୍ୟରେ ଥିବା ସୁସମ୍ପର୍କକୁ ବୁଝିହୁଏ । ତେବେ ଉଭୟ ଏ ଘନିଷ୍ଠତାକୁ ନେଇ ଆଉ ଏକ ଆଳୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

୧୪ତମ ଭାରତ-ଜାପାନ ଶିଖର ବୈଠକରେ ଭାଗ ନେବା ନେଇ ସୂଚନା ଦେଇଛନ୍ତି ବିଦେଶୀ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ । ଏହି ବୈଠକରେ ଦ୍ୱିପ।କ୍ଷିକ ସମ୍ପର୍କର ବିଭିନ୍ନ ଦିଗକୁ ସମୀକ୍ଷା କରି ଆଗେଇ ନେବାର ଯୋଜନା କରାଯିବ ।