ନୂଆଦିଲ୍ଲୀ: ଦେଶରେ ଦୀର୍ଘ ମାସର ବିରତି ପରେ ଏବେ ଦୈନିକ ତୈଳଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ଯାହା ଜନସାଧାରଣ ଲୋକଙ୍କୁ ଝଟକା ପରେ ଝଟକା ସଦୃଶ୍ୟ ହେବା ସହ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ହେଲେ ଏହା ମଧ୍ୟରେ ଯୋଗଗୁରୁ ବାବା ରେମଦେବ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରିବା ସହ ତୈଳଦର ବୃଦ୍ଧି ହେଉଥିବାରୁ ଲୋକମାନଙ୍କୁ ଅଧିକ ପରିଶ୍ରମ କରି ଅର୍ଥ ରୋଜଗାର କରିବାକୁ ପରାମର୍ଶ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ତୈଳଦର ବୃଦ୍ଧି ନେଇ ପଚାରିବାରୁ ସେ ରାଗି ଯାଇଛନ୍ତି । ଉତ୍ତରରେ ବାବା କହିଥିଲେ ଯେ ଲୋକମାନେ ୪୦ ଟଙ୍କାରେ ପେଟ୍ରୋଲ ଓ ୩୦୦ ଟଙ୍କାରେ ଗ୍ୟାସ ଯୋଗାଇ ଦେଉଥିବା ସରକାର ଚାହୁଁଛନ୍ତି । ୨୦୧୪ ପୂର୍ବରୁ ସେ ଏପରି ବୟାନ ଦେଇଥିଲେ ।
ଏବେ ସେହି ସମାନ ବୟାନ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ । ସାମ୍ବାଦିକଙ୍କ ଏହି ପ୍ରଶ୍ନ ଶୁଣି ସେ ବାବା କ୍ଷ୍ରୋଧିତ ହୋଇଯାଇଥିଲେ । ରାମଦେବ କହିଥିଲେ ଯେ ହଁ ମୁଁ କହିଥିଲି । ସେପରି ପ୍ରଶ୍ନ ପଚାରନି । କ’ଣ ମୁଁ ତମର ଠିକାଦାର? ତମେ ଯାହା ପଚାରିବ ମୁଁ ତା’ର ଉତ୍ତର ଦେବାକୁ ବାଧ୍ୟତାମୂଳକ । ସାମ୍ବାଦିକ ଜଣଙ୍କ ପୁଣି ଏହି ପ୍ରଶ୍ନ ପଚାରିବାରୁ ରାମଦେବ ଅଧିକ ରାଗି ଯାଇଥିଲେ । ସେ କହିଥିଲେ ଯେ, ଏବେ ତୁ କ’ଣ କରିବୁ ମୋର? ଚୁପ ହେଇକି ରହ । ଯଦି ତୁମେ ପୁଣି ପ୍ରଶ୍ନ କରିବ, ତା’ହେଲେ ଭଲ ହେବନି । ଏପରି କଥାବାର୍ତ୍ତା କରନି ବାବା ରୋକଠୋକ ସାମ୍ବାଦିକ ଜଣଙ୍କୁ ଶୁଣାଇଥିଲେ ।