ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢିଚାଲିଛି । ଏଥିରେ ରୋକ ଲଗାଇବା ପାଇଁ ଟେଷ୍ଟିଂ, ଆଇସୋଲେସନ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଇତିମଧ୍ୟରେ ପ୍ରମୁଖ ଔଷଧ କମ୍ପାନୀ ସିପ୍ଲା କୋଭିଡ-୧୯ ଆରଟିପିସିଆର ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛି । ଏହି ଟେଷ୍ଟିଂ କିଟରେ ମାତ୍ର ୪୫ ମିନିଟରେ ରିପୋର୍ଟ ମିଳିଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସିପ୍ଲା ଏହି ଟେଷ୍ଟିଂ କିଟ ଭାରତକୁ ବିତରଣ କରିବ । ଏହି କିଟକୁ ଆଇସିଏମଆର ଅନୁମତି ପ୍ରଦାନ କରିଥିବା ଜଣାପଡିଛି ।