ଭୁବନେଶ୍ବର( ଏସ୍ ନ୍ଯୁଜ): ଆଜି ହେଉଛି ୧୦-୧୦-୨୦-୨୦ ଅର୍ଥାତ ୧୦ ଅକ୍ଟୋବର ୨୦୨୦ ଶନିବାର । ନ୍ଯୁମୋରୋଲୋଜିରେ ଏଭଳି ଦିନର ବିଶେଷ ଗୁରୁତ୍ୱ ରହିଛି। ଇଂରାଜୀ କ୍ଯାଲେଣ୍ଡର ପାଇଁ ସ୍ବତନ୍ତ୍ର ଦିନ ଅଟେ।କାରଣ ଦୀର୍ଘ ଦିନ ପରେ ଏଭଳି ଦିନ ଆସିଥାଏ ।
ଆଉ ଏହି ଦିନକୁ ନେଇ ଜନସାଧାରଣଙ୍କ ମନରେ ଏକ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଣୁ ୧୦-୧୦-୨୦-୨୦ କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଜାରିରଖିଛନ୍ତି ଲୋକେ।
ଅନ୍ଯପଟେ ଅକ୍ଟୋବର ୧୦ ତାରିଖ ପ୍ରତିବର୍ଷ ଏହି ଦିବସକୁ ‘ବିଶ୍ୱ ବାସହୀନ ଦିବସ’ ବା ‘ଵାର୍ଲ୍ଡ ହୋମ୍ଲେସ୍ ଡେ’ ପାଳନ କରାଯାଉଛି ।
ତେବେ ୨୦୦୫ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ଦଶ କୋଟି ଲୋକଙ୍କର ମୁଣ୍ତ ଗୁଞ୍ଜିବା ପାଇଁ ଘର ନାହିଁ। ସେତେବେଳେ ଶହେ କୋଟି ଲୋକ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରହୁଥିଲେ। ବତ୍ତର୍ମାନ ଆମ ଦେଶରେ ବାସହୀନଙ୍କ ସ˚ଖ୍ୟା ୧.୭୭ କୋଟି।
ମଣିଷ ବାସଶୂନ୍ୟ ଅବସ୍ଥାରେ ରାସ୍ତା କଡ଼ରେ ଜୀବନ ବିତାଇବା କିଛି ନୂଆ କଥା ନୁହେଁ। ୧୩୮୩ରେ ଇ˚ଲଣ୍ତ୍ରେ ବାସଶୂନ୍ୟ ଲୋକଙ୍କ ସ˚ଖ୍ୟା ବେଶ୍ ଅଧିକ ଥିବା ସହ ସେମାନେ ନାନା ଛୋଟ-ବଡ଼ ଅପରାଧ ଘଟାଉଥିବାରୁ ଅନ୍ୟମାନଙ୍କ ସୁରକ୍ଷା ପାଇଁ ‘ଇ˚ଲିସ୍ ପୋର୍ ଲଜ୍’ ପ୍ରଚଳନ କରାଯାଇଥିଲା। ସେହି ଆଇନ ଅନୁଯାୟୀ ବାସହୀନଙ୍କୁ ଗିରଫ କରିବା ସହ କାରାଗାରରେ ଅଟକ ରଖାଯାଉଥିଲା, ବେତ ମାଡ଼ ଦିଆଯାଉଥିଲା।
ସେହିପରି ଜ୍ୟାକ୍ ଲଣ୍ତନ୍ ବାସହୀନଙ୍କ ଦୁର୍ଦଶା ସ˚ପର୍କରେ ‘ଦ ପିଉପଲ୍ ଇନ୍ ଦ ଆବିସ୍’ ନାମକ ପୁସ୍ତକ ଲେଖିଥିଲେ। ୧୯୩୬ରେ ଚାର୍ଲି ଚାପ୍ଲିନ୍ଙ୍କ ଦ୍ୱାରା ଲିଖିତ, ନିର୍ଦେଶିତ ଓ ଅଭିନୀତ ଚଳଚ୍ଚିତ୍ର ‘ମଡର୍ନ୍ ଟାଇମ୍ସ’, ବାସହୀନଙ୍କ ଉପରେ ଆଧାରିତ।