ଜେଲ ଖାଦ୍ୟ ନ ଖାଇ ହସ୍ପଟିଲାରେ ସିଦ୍ଧୁ

ସିଦ୍ଧୁ ଜେଲ୍‌ରେ ସ୍ୱତନ୍ତ୍ର ଖାଦ୍ୟ ପାଇଁ ଦାବି କରିଛନ୍ତି…

ପଟିଆଲା : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ରୋଡ୍‌ ରେଜ୍‌ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ଜେଲଦଣ୍ଡ କାଟୁଛନ୍ତି । ସୋମବାର ତାଙ୍କର ମେଡିକାଲ ଯାଞ୍ଚ ପାଇଁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲରୁ ନିଆଯାଇଥିଲା । ସେହିପରି ସିଦ୍ଧୁଙ୍କ ଓକିଲ କହିଛନ୍ତି ଯେ, ସିଦ୍ଧୁ ଜେଲ୍‌ରେ ସ୍ୱତନ୍ତ୍ର ଖାଦ୍ୟ ପାଇଁ ଦାବି କରିଛନ୍ତି । ଏକ ଡାକ୍ତରୀ ଟିମ୍‌ ହସ୍ପିଟାଲରେ ସିଦ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ । ଯାଞ୍ଚ ପରେ ସବୁ ରିପୋର୍ଟ କୋର୍ଟରେ ଦାଖଲ କରାଯିବ । ଡାକ୍ତରୀ ଟିମ ଏହା ପରୀକ୍ଷା କରିବେ ଯେ କେଉଁ ଖାଦ୍ୟ ତାଙ୍କୁ ଆବଶ୍ୟକତା ଅଛି । ସ୍ଥାନୀୟ କୋର୍ଟ ଏହା ନିଷ୍ପତ୍ତି ନେବେ ଯେ ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ କେଉଁ ପ୍ରକାରର ଖାଦ୍ୟ ଦିଆଯିବ ।

ସିଦ୍ଧୁଙ୍କ ଓକିଲଙ୍କ ଅନୁସାରେ ସିଦ୍ଧୁ ଏଭଳି ପରିସ୍ଥିତିରେ ଗହମ, ଚିନି, ମଇଦା ଏବଂ ଅନ୍ୟ କିଛି ଖାଦ୍ୟ ସେବନ କରିପାରିବେନାହିଁ । ସେ ଜାମୁ, ଅମୃତଭଣ୍ଡା, ପିଜୁଳି, ଡବଲ ଟୋନଡ କ୍ଷୀର ଭଳି ଏମିତି ଖାଦ୍ୟ ଖାଇପାରିବେ ଯେଉଁଥିରେ ଫାଇବର ଏବଂ କାର୍ବୋହାଇଡ୍ରେଟ ନଥିବ । ତାଙ୍କ ଓକିଲ ଆହୁରି କହିଛନ୍ତି ଯେ, ଡାକ୍ତରୀ ଟିମ୍‌ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଏକ ରିପୋର୍ଟ ଦାଖଲ କରିବେ ।