ନୂଆଦିଲ୍ଲୀ: ଭାରତର ବେଷ୍ଟ ଫିନିଶର କୁହାଯାଉଥିବା ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି ରିକି ପଣ୍ଟିଂ । ଡିକେଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମ୍ୟାଚ୍ ଫିନିଶ କରିବାରେ ଦିନେଶ କାର୍ତ୍ତିକଙ୍କ ଦକ୍ଷତା ରହିଛି ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ କାର୍ତ୍ତିକଙ୍କୁ ଭାରତ ପକ୍ଷରୁ ଏକ ଭଲ ଫିନିସର ଭୂମିକା ନିର୍ବାହ କରିପାରିବେ ବୋଲି ପଣ୍ଟି କହିଛନ୍ତି । ଆଇପିଏଲ-୨୦୨୨ରେ ବାଙ୍ଗାଲୋର ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ କାର୍ତ୍ତିକ । ପଣ୍ଟିଂ କାର୍ତ୍ତିକଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଟି-୨୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ଦିନେଶ କାର୍ତ୍ତିକଙ୍କୁ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି ।