ନୂପୁର ଶର୍ମାଙ୍କ ପତ୍ତା ମିଳୁନି: ଖୋଜୁଛି ମୁମ୍ବାଇ ପୋଲିସ
ଗତ ପାଞ୍ଚଦିନ ଧରି ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ଖୋଜୁଛି…
ନୂଆଦିଲ୍ଲୀ : ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମା ହଠାତ କେଉଁ ଆଡେ ଉଭାନ ହୋଇଯାଇଛନ୍ତି । ଧାର୍ମିକ ବିବାଦୀୟ ମନ୍ତବ୍ୟ ପରେ ଗତ ମେ ୨୮ରେ ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସର ଏକ ଟିମ ତାଙ୍କୁ ପଚରାଉଚରା କରିବାକୁ ଦିଲ୍ଲୀ ଆସିଥିଲା । କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଗତ ପାଞ୍ଚଦିନ ଧରି ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ଖୋଜୁଛି । ତେବେ ତାଙ୍କୁ ଗିରଫ କରିବା ଲାଗି ମୁମ୍ବାଇ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ନୂପୁର ଶର୍ମାଙ୍କୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ସମନ ଜାରି କରିବାରେ ଲାଗିଛି ଏକାଧିକ ପୁଲିସ । ସେହି କ୍ରମରେ କୋଲକାତା ପୁଲିସ ତାଙ୍କୁ ସମନ ଜାରି କରିଛି ।