ଗାଙ୍ଗୁଲି ମୋତେ ଆଇପିଏଲ ଦେଖିବାକୁ ଡାକିଥିଲେ: ରମିଜ ରାଜା
ସୌରଭ ଗାଙ୍ଗୁଲି ଦୁଇଥର ତାଙ୍କୁ ଆଇପିଏଲର ଫାଇନାଲ ମ୍ୟାଚ ଦେଖିବାକୁ ଡକାଇଥିଲେ…
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପପୁଲାରିଟି ଖୁବ ଆଗକୁ ଯାଇଛି । ପାକିସ୍ତାନ କ୍ରିକେଟ ପକ୍ଷରୁ ଲଗାତାର ଆଇପିଏଲ ଓ ବିସିସିଆଇ ବିରୋଧରେ ବୟାନ ମଧ୍ୟ ଜାରି ରହିଛି । ଏହା ଭିତରେ ପିସିବି ମୁଖ୍ୟ ରମିଜ ରାଜାଙ୍କ ଏକ ବୟାନ ସାମନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି, ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଦୁଇଥର ତାଙ୍କୁ ଆଇପିଏଲର ଫାଇନାଲ ମ୍ୟାଚ ଦେଖିବାକୁ ଡକାଇଥିଲେ । ରମିଜ ରାଜା ଦାବି କରିଛନ୍ତି, ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଗତ ବର୍ଷ ଆଇପିଏଲ ଫାଇନାଲ ଦେଖିବା ପାଇଁ ଦୁଇ ଥର ଡାକିଥିଲେ ।