କାର୍ତ୍ତିକଙ୍କୁ ବିଳାଶପୂର୍ଣ୍ଣ କାର ଗିଫ୍ଟ ଦେଲେ ଭୂଷଣ କୁମାର
କାର୍ତ୍ତିକ ଫଟୋର କ୍ୟାପସନରେ ଲେଖିଛନ୍ତି, ଚାଇନିଜ ଖାଦ୍ୟ ପାଇଁ ଏକ ନୂଆ ଟେବୁଲ ଉପହାର ପାଇଛି….
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲେୟାଁ -୨ ଗତ ମାସରେ ରିଲିଜ ହୋଇଥିଲା । ଏପର୍ଯ୍ୟନ୍ତ ଫିଲ୍ମଟିର କ୍ରେଜ ଚାଲିଛି । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି । କିନ୍ତୁ କାର୍ତ୍ତିକ ଅପେକ୍ଷା କରିଛନ୍ତି ଯେ ଫିଲ୍ମଟି ୨୦୦ କୋଟି ଅତିକ୍ରମ କରିବ । ଫିଲ୍ମର ସଫଳତା ପାଇଁ କାର୍ତ୍ତିକଙ୍କୁ ଶ୍ରେୟ ଦିଆଯାଇ ଖୁବ ପ୍ରଶଂସା କରୁଛନ୍ତି । ଏହି କାରଣରୁ ନିର୍ମାତା ଭୂଷଣ କୁମାର କାର୍ତ୍ତିକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଏହି ଫଟୋରେ କାର୍ତ୍ତିକ ଏବଂ ଭୂଷଣ କୁମାର ଏକାଠି ଠିଆ ହୋଇଛନ୍ତି ଏବଂ ପଛରେ କାର ରହିଛି । କାର୍ତ୍ତିକ ଫଟୋର କ୍ୟାପସନରେ ଲେଖିଛନ୍ତି, ଚାଇନିଜ ଖାଦ୍ୟ ପାଇଁ ଏକ ନୂଆ ଟେବୁଲ ଉପହାର ପାଇଛି । ମୋ ପାଖରେ ଭାରତର ପ୍ରଥମ ମ୍ୟାକ୍ଲେରେନ ଜିଟି । ଏହା ହେଉଛି ପ୍ରଥମ କାର ଯାହା ଭାରତରେ ପହଞ୍ଚିଛି ।